୯୦ ଦିନ ପରେ ବି ଫେଲ ବିଜେପି !

୯୦ ଦିନ ପରେ ବି ଫେଲ ବିଜେପି !

ରାଜ୍ୟରେ ନୂଆ ସରକାର ଆସିବାର ୯୦ ଦିନ ବିତିଗଲାଣି । କିନ୍ତୁ ଏଯାଏଁ ବିଜେପି ନିଜ ପ୍ରତିଶୃତି ପାଳନ ଦିଗରେ ସଫଳ ହେଲାନି । ୨୧ଟି ପ୍ରତିଶୃତିରୁ କାଁ ଭାଁ ଗୋଟିଏ ଦୁଇଟି ପ୍ରତିଶୃତି ପାଳନ ଦିଗରେ ବିଜେପି ତତ୍ପରତା ଦେଖାଇଛି ସତ । କିନ୍ତୁ ୧୦୦ ଦିନ ଭିତରେ ସବୁ ପ୍ରତିଶୃତି ପାଳନ ହେବ ବୋଲି ଯେଉଁ ଦମ୍ଭୋକ୍ତି ବିଜେପି ନିବାଚନ ପୂବରୁ ଦେଖାଉଥିଲା ତାହା ଫେଲ ହୋଇଯାଇଥିବା ସାଧାରଣରେ ଆଲୋଚନା ହେଉଛି । କେବଳ ଯୋଜନା ଗୁଡିକର ନାଁ ବଦଳାଇବାରେ ସରକାର ସଫଳ ହୋଇଥିବା ବେଳେ ଯୋଜନା ଗୁଡିକୁ କାର‌୍ୟ୍ୟକାରୀ କରିବା ଦିଗରେ ବିଜେପି ସର୍ମ୍ପଣ୍ଣ ବିଫଳ ହୋଇଛି ।ତେବେ ଅନେକ ଗୁଡିଏ ପ୍ରତିଶୃତି ମଧ୍ୟରୁ ଗୋଟିଏ ଲୋଭନୀୟ ପ୍ରତିଶୃତି ଥିଲା ମାଗଣା ବିଜୁଳି । ବିଜେପି ସରକାରକୁ ଆସିଲେ ଜୁଲାଇ ମାସରୁ ଆଉ ବିଜୁଳି ବିଲ ଦେବାକୁ ପଡିବନି ବୋଲି ଘୋଷଣା କରିଥିଲା । କିନ୍ତୁ ପରେ ସେପ୍ଟେମ୍ବର ସୁଦ୍ଧା ଏହାକୁ କାଯ୍ୟକାରୀ କରାଯିବ ବୋଲି କୁହାଗଲା । କିନ୍ତୁ ସେପ୍ଟେମ୍ବର ଆସିବାର ୧୦ ଦିନରୁ ଅଧିକ ଦିନ ବିତିଗଲାଣି । ଏଯାଏଁ ଏଦିଗରେ କିଛି ବି କାଯ୍ୟ ହୋଇଥିବା ସୂଚନା ମିଳିନି । ଯାହାକୁ ନେଇ ସାଧାରଣରେ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

author

Related Articles

Leave a Reply

Your email address will not be published. Required fields are marked *