ୱାନ ନେସନ ୱାନ ଇଲେକ୍ସନକୁ କ୍ୟାବିନେଟ ମଞ୍ଜୁରୀ

ୱାନ ନେସନ ୱାନ ଇଲେକ୍ସନକୁ କ୍ୟାବିନେଟ ମଞ୍ଜୁରୀ

ୱାନ ନେସନ ୱାନ ଇଲେକ୍ସନ ବା ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ । କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ଆଜି ମୋହର ବାଜିଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ରିପୋର୍ଟକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। ୱାନ ନେସନ ୱାନ ଇଲେକ୍ସନ କରାଇବା ଉପରେ ରିପୋର୍ଟ ଦେବାକୁ ୨୦୨୩ ସେପ୍ଟେମ୍ବର ମାସରେ ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲେ କେନ୍ଦ୍ର ସରକାର। ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଓ ବିଶେଷଜ୍ଞଙ୍କ ପରାମର୍ଶ ଏବଂ ୧୯୧ ଦିନର ଗବେଷଣା ପରେ ଏହି କମିଟି ୧୮,୬୨୬ ପୃଷ୍ଠାର ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା। କମିଟି ଗତ ମାର୍ଚ୍ଚ ମାସରେ ତା’ର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲା। ଆଉ ଆଜି କେନ୍ଦ୍ର କ୍ୟାବିନେଟ ଆଜି ଏହି ରିପୋର୍ଟ ଉପରେ ମୋହର ମାରିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *