ୱାର୍କ ଫ୍ରମ ଥିଏଟର

ୱାର୍କ ଫ୍ରମ ଥିଏଟର

ବେଙ୍ଗାଲୁରୁ:

ସମାଜରେ ଏମିତି ଅନେକ ଜଣ ଅଛନ୍ତି, ଯେଉଁମାନେ ଏକ ସମୟରେ ଏକ ସମୟରେ ଅନେକ କାମ କରିବାରେ ଆନନ୍ଦ ପାଆନ୍ତି | କିନ୍ତୁ ନିକଟରେ ଜଣେ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ସମସ୍ତଙ୍କୁ ଚକିତ କରିଦେଇଛି | କାରଣ ବ୍ୟକ୍ତି ଜଣଙ୍କ ଥିଏଟରରେ ଫିଲ୍ମି ଦେଖିବାକୁ ଯାଇଥିଲେ ହେଁ, ଅଫିସ କାମକୁ ଛାଡିପାରିନାହାନ୍ତି | ଫଳରେ ଥିଏଟରରେ ସେ ନିଜ ଲାପଟପରେ କାମ କରୁଥିବାର ଦେଖାଯାଇଛି | ଏହି ଘଟଣାଟି ବେଙ୍ଗାଲୁରର କୌଣସି ସିନେମା ହଲର ବୋଲି କୁହାଯାଉଛି | କାରଣ ସମୟରେ ଅଧିକାଂଶ କମ୍ପାନୀ ସେମାନଙ୍କର କର୍ମଚାରୀଙ୍କୁ ‘ୱାର୍କ ଫ୍ରମ ହୋମ’ର ଅନୁମତି ଦେଇଥିଲେ | କିନ୍ତୁ ବର୍ତ୍ତମାନ ଥିଏଟରରେ ବ୍ୟକ୍ତିଙ୍କ ଏପରି କାମକୁ ଦେଖି ଲୋକେ ଏହାର ନାଁ ଦେଇଛନ୍ତି ‘ୱାର୍କ ଫ୍ରମ ଥିଏଟର’ | ସାମାଜିକ ଗଣମାଧ୍ୟମରେ ଏହି ଭିଡ଼ିଓଟିକୁ ସେୟାର କରାଯାଇଥିଲାବେଳେ ଏଥିରୁ ସ୍ପଷ୍ଟ ହୋଇଛି, ହଲରେ ଦର୍ଶକ ସିନେମାର ମଜା ନେଉଥିବା ବେଳେ ଏହି ବ୍ୟକ୍ତି ଜଣକ ଲାପଟପରେ କାମ କରୁଛନ୍ତି | ସେ ନିଜ କାର୍ଯ୍ୟରେ ଏତେ ବ୍ୟସ୍ତ ଯେ, ଶାନ୍ତିରେ ଟିକେ ଫିଲ୍ମି ଦେଖିବାକୁ ଟଙ୍କା ପାଖେ ସମୟ ନାହିଁ | ଭିଡ଼ିଓଟିର କ୍ୟାପସନରେ ଲେଖାଥିଲା, ଏପରି କାମ କେବଳ ବେଙ୍ଗାଲୁରୁରେ ଦେଖିବାକୁ ମିଳିଥାଏ | ସେୟାର କରାଯାଇଥିବା ଭିଡିଓକୁ ଖୁବ କମ ସମୟରେ ଅନେକ ଲୋକ ପସନ୍ଦ କରିଛନ୍ତି | କେହି କେହି ମତ ରଖିଛନ୍ତି ‘ବିଚାରାର ଡେଡ଼ଲାଇନ ଆସିଯାଇଥିବ’ | ସେହିପରି ଅନ୍ୟଜଣେ ୟୁଜର ଲେଖିଛନ୍ତି, ମୁଁ ନିଜେ ବେଙ୍ଗାଲୁରୁରେ ଥିବାବେଳେ ଏପରି ସ୍ଥିତିରେ ଫସିଛି | ଆଉ କେହି କେହି ଲେଖିଛନ୍ତି, ଏହା ସବୁଠୁ ଦୁଃଖଦ ଭିଡିଓରୁ ଏକ |

author

Related Articles

Leave a Reply

Your email address will not be published. Required fields are marked *