ୱାର୍ଲ୍ଡକପ ଟ୍ରଫି ଉପରେ ଗୋଡ ରଖିଲେ ଅଷ୍ଟ୍ରେଲିଆ କ୍ରିକେଟର

ୱାର୍ଲ୍ଡକପ ଟ୍ରଫି ଉପରେ ଗୋଡ ରଖିଲେ ଅଷ୍ଟ୍ରେଲିଆ କ୍ରିକେଟର

ରବିବାର ଅନୁଷ୍ଠିତ ବିଶ୍ୱକପ ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ମହାମୁକାବିଲାରେ ଅଷ୍ଟ୍ରେଲିଆ ବିଜୟୀ ହେବା ପରେ ଅଷ୍ଟ୍ରେଲିଆ କ୍ରିକେଟର ମିଚେଲ ମାର୍ଶଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୱାର୍ଲ୍ଡକପ୍ ଟ୍ରଫି ଉପରେ ମିଚେଲ ଦୁଇ ଗୋଡ ରଖି ଫଟୋ ଉଠାଇଥିବାର ଦେଖିବାକୁ ମିଳିଛି ଯାହା କ୍ରିକେଟ ପ୍ରେମୀଙ୍କୁ ଅତିଷ୍ଠ କରିଛି । ତାଙ୍କର ଏହି ଫଟୋକୁ ଅଷ୍ଟ୍ରେଲିଆ କ୍ୟାପଟେନ୍ ପ୍ୟାଟ୍ କମିନ୍ସ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏହି ଫଟୋକୁ ଦେଖି ଭାରତୀୟ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକୃତରେ ଅଷ୍ଟ୍ରେଲିଆ ବିଶ୍ୱକପ୍ ପାଇଁ ଯୋଗ୍ୟ ନୁହେଁ ବୋଲି କ୍ରିକେଟପ୍ରେମୀ ପ୍ରତିକ୍ରିୟା ଦେଇଛନ୍ତି । ମିଚେଲ ମାର୍ଶ ଟ୍ରଫିରେ ପାଦ ରଖିବା କେବେବି ଗ୍ରହଣୀୟ ନୁହେଁ ।

author

Related Articles

Leave a Reply

Your email address will not be published. Required fields are marked *