ବହୁତ ଦିନର ଚର୍ଚ୍ଚାରେ ଅନ୍ତ ହେଲା . ପ୍ରିୟଙ୍କା ଗାନ୍ଧୀଙ୍କର ପ୍ରଥମ ନିର୍ବାଚନ ଏଂଟ୍ରି ହୋଇଛି . ଏଥର ପ୍ରିୟଙ୍କା ଗାନ୍ଧୀ କେରଳର ୱାୟନାଡରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି . ତେବେ ଏହା ତାଙ୍କ ପ୍ରଥମ ନିର୍ବାଚନ ଏଂଟ୍ରି . ନିର୍ବାଚନ ଆୟୋଗ ମଙ୍ଗଳବାର ଦିନ ତାରିଖ ଘୋଷଣା କରିବାର କିଛି ଘଂଟା ମଧରେ ପ୍ରିୟଙ୍କାଙ୍କ ନାମ ଘୋଷଣା କରାଯାଇଥିଲା . ତେବେ ନଭେମ୍ବର ୧୩ରେ ୱାୟନାଡରେ ନିର୍ବାଚନ ହେବ . ଏହି ଖବର ପ୍ରଚାରିତ ହେବା ପରେ ପରେ . ସେଠାରେ ପ୍ରିୟଙ୍କା ଗାନ୍ଧୀଙ୍କ ପୋଷ୍ଟର ବ୍ୟାନର ଲାଗିିବା ଆରମ୍ଭ ହେଲାଣି . ସବୁ ବଡ଼କଥା ହେଉଛି ପୋଷ୍ଟରରେ ଲେଖା ଅଛି ୱାୟନାଡ଼େଣ୍ଟ ପ୍ରିୟଙ୍କାରୀ . ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି . ତେବେ ଏହାର ଅର୍ଥ ହେଉଛି ୱାୟନାଡର ପ୍ରିୟଙ୍କା .
ତେବେ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ୱାୟନାଡ ଓ ଆମେଠି ଦୁଇଟି ଆସରୁ ଛିଡା ହୋଇଥିଲେ . ସେ ଆମେଠି ରୁ ପରାସ୍ତ ହୋଇଥିବା ବେଳେ କେବଳ ୱାୟନାଡରୁ ହିଁ ବିଜୟ ହୋଇଥିଲେ . ସେ ଏହି ଆସନରୁ ନିର୍ବାଚନ ଲଢ଼ି ୪ ଲକ୍ଷ ୩୧ ହଜାର ଭୋଟର ଜିତିଥିଲେ . ସେହିପରି ୨୦୨୪ ରେ ମଧ୍ୟ ରାଇବରେଲି ଓ ୱାଇନାଡ଼ ଦୁଇଟି ଆସନରୁ ନିର୍ବାଚନ . ଏଥର ସେ ଦୁଇଟି ଆସନରେ ବିଜୟ ହୋଇଥିଲେ . ପରେ କୁହାଯାଉଥିଲା ଯେ ରାହୁଲ ଏହି ଆସନ ଛାଡ଼ି ବେ ଆଉ ପ୍ରିୟଙ୍କ ଏହି ଆସନରୁ ଲଢ଼ିବେ . ଏବେ ତାହା ସତ ହୋଇଛି . ଯଦି ପ୍ରିୟଙ୍କା ଗାନ୍ଧୀ ୱାୟନାଡରୁ ଜିତନ୍ତି ତେବେ ଲୋକସଭାରେ ରାହୁଲ ଗନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଏବଂ ରାଜ୍ୟସଭାରେ ସୋନିଆ ଗାନ୍ଧୀ ରହିବେ .ଅର୍ଥାତ ସଂସଦରେ ୩ ଗାନ୍ଧୀ ରହିବା କଥା ଚର୍ଚ୍ଚା ହେଉଛି . ସେହିପରି ମୋଦିଙ୍କ ନେତୃତ୍ୱାଧୀନ ବିଜେପି ମଧ୍ୟ ରାହୁଲଙ୍କୁ କଡ଼ା ଟକ୍କର ଦେବାକୁ ନିଶ୍ଚୟ ପ୍ରସ୍ତୁତି ରହିଥିବେ .