100 ଘଣ୍ଟା ହୋଇଯିବ ସୁଡଙ୍ଗରେ ଫସି ରହିଛନ୍ତି 40 ଶ୍ରମିକ

100 ଘଣ୍ଟା ହୋଇଯିବ ସୁଡଙ୍ଗରେ ଫସି ରହିଛନ୍ତି 40 ଶ୍ରମିକ

ଆଜିକୁ 5 ଦିନ ହୋଇଯିବ ଉତ୍ତରାଖଣ୍ଡର ଉତ୍ତରାକାଶୀ ସୁଡଙ୍ଗରେ ଫସି ରହିଛନ୍ତି 40ଜଣ ଶ୍ରମିକ । 100 ଘଣ୍ଟା ବିତିଗଲାଣି ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇପାରୁନାହିଁ । ଭାରୀଯାନ ଡ୍ରିଲିଙ୍ଗ ମେସିନ ସହ ଯବାନମାନେ ପହଞ୍ଚି ମିଶନରେ ଲାଗିଛନ୍ତି । ଯବାନମାନେ ମାଲବାହୀ ବିମାନ ହରକୁଲସ୍ ଯୋଗେ ଭାରୀ ଡ୍ରିଲିଙ୍ଗ ମେସିନ୍ ସହ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଆଜି ରାତି ସୁଦ୍ଧା ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ଆଶା ଉଜ୍ଜୀବିତ ହୋଇଛି । ୫୦ ମିଟର ପର୍ଯ୍ୟନ୍ତ ସୁଡଙ୍ଗ ଧସିଥିବା କୁହାଯାଉଛି । ଧସିଥିବା ମାଟି ଯୋଗୁଁ ବାଟ ବନ୍ଦ ହୋଇଯାଇଛି । ଯବନ ମାନହ୍କ ସହିତ ଏନଡିଆରଏଫ୍,ଏସଡିଆରଏଫ୍,ସ୍ଥାନୀୟ ପ୍ରଶାସନ ଓ ପୋଲିସ ଉଦ୍ଧାର କାମରେ ସହଯୋଗ କରୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *