147ରୁ 49ଟି ଆସନରେ ବିଜେଡି ଖେଳିବ ମହିଳା କାର୍ଡ

147ରୁ 49ଟି ଆସନରେ ବିଜେଡି ଖେଳିବ ମହିଳା କାର୍ଡ

ନିର୍ବାଚନକୁ ଆଉ କିଛି ମାସ । ଟିକେଟ ପାଇବା ଆଶାରେ ବିଭିନ୍ନ ଦଳର ପ୍ରାର୍ଥୀ । ତେବେ ଚର୍ଚ୍ଚା ହେଉଛି କି ବିଜେଡି ଖେଳିପାରେ ମହିଳା କାର୍ଡ । ଆଗାମୀ ନିର୍ବାଚନରେ ବିଜେଡି 147ରୁ 49ଟି ଆସନରେ ମହିଳା କାର୍ଡ ଖେଳିପାରେ । ଯାହା ପାଇଁ ପ୍ରାର୍ଥୀ ଖୋଜିଲାଣି ବିଜେଡି । ପ୍ରତି ସଂସଦୀୟ କ୍ଷେତ୍ରରେ 2ଟି ବିଧାନସଭା ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିପାରେ ବିଜେଡି। ଖୋର୍ଦ୍ଧା,ପୁରୀ,କଟକ,ଜଗତସିଂହପୁର,କଳାହାଣ୍ଡି,କନ୍ଧମାଳ,ନବରଙ୍ଗପୁର,ମୟୁରଭଞ୍ଜ,ବାଲେଶ୍ୱର,ଭଦ୍ରକ ସଂସଦୀୟ କ୍ଷେତ୍ର ଉପରେ ସ୍ୱତନ୍ତ୍ର ଫୋକସ କରିଛନ୍ତି । କାରଣ ଏଠାରେ ବିଜେଡିର କୌଣସି ମହିଳା ବିଧାୟକା ନାହାନ୍ତି । ତେଣୁ ଏସବୁ ଆସନ ପାଇଁ ମହିଳା କାର୍ଡ ଖେଳିବା ପାଇଁ ପ୍ରସ୍ତୁତି ଚଲାଇଲାଣି । ତେବେ ଦେଖିବାକୁ ବାକି ରହିଲା ମହିଳାପ୍ରାର୍ଥୀଙ୍କୁ ନେଇ ଆଗକୁ କେଉଁ ଗୋଟି ଚାଳନା କରିବ ବିଜେଡି ?

author

Related Articles

Leave a Reply

Your email address will not be published. Required fields are marked *