ରାଜ୍ୟରେ ନୂଆ ସରକାର ଆସିବା ପରେ ଲୋକଙ୍କ ଆଶା ଓ ବିଶ୍ୱାସକୁ ଜିତିବା ପାଇଁ ଲାଗିପଡିଛି ଭାରତୀୟ ଜନତା ପାର୍ଟି । ରାଜ୍ୟରେ ବିଜେପି ସରକାରକୁ ପାଞ୍ଚମାସ ପୂରିବାକୁ ଯାଉଛି ଏବଂ ନିର୍ବାଚନ ସମୟରେ ଦେଇଥିବା ସମସ୍ତ ପ୍ରତିଶ୍ରୁତିକୁ ପାଳନ କରିବାରେ ତପ୍ତରତା ଦେଖାଉଛି ବିଜେପି । ଏଭଳି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଦିଲ୍ଲୀ ଗସ୍ତ କରି କେନ୍ଦ୍ର ସରକାରଙ୍କ ବୈଠକରେ ଆଲୋଚନା କରୁଛନ୍ତି । ସେହି ଭଳି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ମଧ୍ୟ ଲଣ୍ଡନ ଗସ୍ତରେ ଯିବେ ଏବଂ ଆସନ୍ତା ନଭେମ୍ୱର ଦୁଇ ତାରିଖରୁ ନଅ ତାରିଖ ପର୍ଯ୍ୟନ୍ତ ଲଣ୍ଡନ ଗସ୍ତ କରିବେ । ଯେଉଁଠାରେ ସେ ଓଡିଶାର ପର୍ଯ୍ୟଟନ ପ୍ରବାସୀ ଓ ଇଣ୍ଡରଷ୍ଟିଆଲ ଲିଡରଙ୍କର ସହ ସମ୍ପର୍କକୁ ମଜଭୁତ କରିବାର କାର୍ଯ୍ୟ କରିବେ । ଏହି ଗସ୍ତର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ଓଡିଶାର ପର୍ଯ୍ୟଟନ ପ୍ରତି ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା । ତେବେ ପୂର୍ବରୁ ମଧ୍ୟ କିପରି ଓଡିଶାର ପର୍ଯ୍ୟଟନ ପ୍ରତି ବିଶେଷ ଧ୍ୟାନ ଦିଆଯିବ ସେ ନେଇ ମଧ୍ୟ ରୋଡମ୍ୟାପ ପ୍ରସ୍ତୁତ ହେଉଥିବା କଥା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିଶ୍ୱ ପର୍ଯ୍ୟଟନ ଦିବସରେ ଓଡିଶାର ପର୍ଯ୍ୟଟନକୁ ନେଇ ଏପରି କିଛି ମନ୍ତବ୍ୟ ରଖିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ପ୍ରାକୃତିକ ପର୍ଯ୍ୟଟନରେ ଭରପୁର ଓଡିଶାକୁ ଆଗକୁ ନେବାରେ ଜାରି ରହିଛି ପ୍ରଚେଷ୍ଟା । ଖୁବଶୀଘ୍ର ଓଡିଶାର ପର୍ଯ୍ୟଟନକୁ ଆଗକୁ ନେବା ପାଇଁ ପ୍ରସ୍ତୁତି ଜାରି ରହିଛି । ପର୍ଯ୍ୟଟନକୁ ନେଇ ଉଚ୍ଚକୋଟୀର ଶାନ୍ତି ବଜାୟ ରଖିପାରୁଥିବା ପାର୍କ କରାଯିବାର ମଧ୍ୟ ଯୋଜନା କରାଯାଇଛି । ତେବେ ଉପମୁଖ୍ୟମନ୍ତ୍ରୀଙ୍କ ଲଣ୍ଡନ ଗସ୍ତ ଓଡିଶାକୁ କେତେ ସଫଳତା ଦେଉଛି ତାହାର ଅପେକ୍ଷା ।
You can share this post!
author