2027 ବିଶ୍ବକପରେ ଭାରତୀୟ କ୍ରିକେଟର ଦୁଇ ମହାରଥୀ ରୋହିତ ଶର୍ମା ଏବଂ ବିରାଟ କୋହଲି ଖେଳିବା ନେଇ ଚର୍ଚ୍ଚା ବଢିଛି । ଉଭୟଙ୍କୁ 2027 ବିଶ୍ବକପ ଦଳରେ ସାମିଲ କରାଯିବାକୁ ନେଇ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସମର୍ଥନ ପରେ ଏହି ଚର୍ଚ୍ଚା ଜୋରସୋରରେ ଚାଲିଛି । ତେବେ ଏହି ଦୁଇ ଖେଳାଳୀ ନିଜ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ବି ଏବେ ବି ଦିନିକିଆ କ୍ରିକେଟରୁ ରୁ ଅବସର ନେଇ ନାହାନ୍ତି । ଏହାକୁ ନେଇ ଉଭୟ ୨୦୨୭ ଦିନିକିଆ ବିଶ୍ବକପ୍ ଖେଳିବାକୁ ଆଶାବାଦୀ ଥିବା ଆଶଙ୍କା କରାଯାଉଛି । ଏହା ସହିତ ରୋହିତ ଶର୍ମା ମଧ୍ୟ ଭାରତ ପାଇଁ ମ୍ୟାଚ ଏବଂ ଟ୍ରଫି ଜିତିବା ଅବ୍ୟାହତ ରଖିବା ନେଇ ମତପ୍ରକାଶ କରିଛନ୍ଚି। ତେବେ ଏହାକୁ ନେଇ ପୂର୍ବରୁ ଭାରତୀୟ ଦଳର ବୋଲିଂ ପ୍ରଶିକ୍ଷକ ମୋନି ମର୍କେଲ୍ ମଧ୍ୟ ୨୦୨୭ ବିଶ୍ବକପ୍ ଭାରତୀୟ ଦଳରେ ବିରାଟ୍ ଓ ରୋହିତଙ୍କୁ ସାମିଲ କରିବା ସପକ୍ଷରେ ମତ ଦେଇଥିଲେ । ଆଉ ଏବେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଉଭୟଙ୍କୁ ବିଶ୍ବକପ୍ ଦଳରେ ସାମିଲ କରାଯିବାକୁ ସମର୍ଥନ କରିବା ପରେ ରୋହିତ ଏବଂ ବିରାଟ 2027 ବିଶ୍ବକପ ଦଳରେ ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
You can share this post!
administrator
Related Articles
କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବୈଭବ…
- January 20, 2026
ବାରବାଟୀରେ ହିରୋ ସାଜିଲେ ହାର୍ଦ୍ଦିକ ପାଣ୍ଡ୍ୟା…
- December 10, 2025
ଏହି ସବୁ କ୍ରିକେଟରଙ୍କ ପାଇଁ ସ୍ମରଣୀୟ ବାରବାଟୀ ଷ୍ଟାଡିୟମ …
- December 10, 2025
