ରୋଗଶଯ୍ୟାରେ ପଡ଼ି ପଡ଼ି ଜୀବନ ଗଲା

ରୋଗଶଯ୍ୟାରେ ପଡ଼ି ପଡ଼ି ଜୀବନ ଗଲା

ଅଭାବ, ଅସୁସ୍ଥତା, ଚିକିତ୍ସା ପାଇଁ ଅର୍ଥ ବାଧକ ଏପରିକି ଅନାହାରରେ ରହିବା କଥା ମଧ୍ୟ ଚର୍ଚ୍ଚା କୁ ଆସିଥିଲା। ଶେଷରେ ୪୨ ବୟସରେ ରୋଗଶଯ୍ୟାରେ ପଡ଼ି ପଡ଼ି ଜୀବନ ଗଲା ମହିଳାଙ୍କର। ମୃତ୍ୟୁ ପରେ ମଧ୍ୟ ୨୪ ଘଣ୍ଟା ପଡ଼ିଲା ମହିଳାଙ୍କ ଶବ। ପ୍ରଶାସନର ହସ୍ତକ୍ଷେପ ପରେ ଉଠିଲା ମହିଳା ଙ୍କ ଶବ। ଏଭଳି ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ମୁକୁନ୍ଦପୁର ଗ୍ରାମ ରେ। ନିରାଶ୍ରୟ ମହିଳା ଆରତୀ ନାୟକ । ସ୍ବାମୀ ଦୀର୍ଘ ଦିନରୁ ଆରପାରିକୁ ଚାଲି ଯାଇଥିବା ବେଳେ ଦୁଇ ଝିଅଙ୍କ ମଧ୍ୟରୁ ବଡ଼ ଝିଅ ଜଣଙ୍କ ବସୁନ୍ଧରା ରେ ରହୁଥିବା ବେଳେ ୭ ବର୍ଷ ର ଝିଅ ମା’ଙ୍କ ପାଖରେ ରହୁଥିଲେ। ଦୀର୍ଘ ଦିନରୁ ଆରତୀ ଘରେ ରୋଗଶଯ୍ୟାରେ ପଡ଼ି ରହୁଥିଲେ ମଧ୍ୟ କୈାଣସି ଚିକିତ୍ସା ସୁବିଧା ମିଳି ପାରୁନଥିଲା ।

ଏହିପରି ଘରେ ପଡ଼ି ପଡ଼ି ରୋଗାଗ୍ରସ୍ଥ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ଖବର ପାଇ କଟକ ଜିଲ୍ଲାପାଳ ଶବ କୁ ଘରୁ ଉଠାଇବା ପାଇଁ ବ୍ୟବସ୍ଥା କରିବା ସହିତ ଆରତୀ ଙ୍କ ୭ ବର୍ଷୀୟ ଝିଅ କୁ ପ୍ରଶାସନ ଭରଣ ପୋଷଣ କରିବା ନିମନ୍ତେ ନିର୍ଦେଶ ଦେଇଥିଲେ। ଜିଲ୍ଲାପାଳ ଘଟଣା ସ୍ଥଳ କୁ ବିଡ଼ିଓ ଓ ତହସିଲଦାର ଙ୍କୁ ତୁରନ୍ତ ପଠାଇବା ସହିତ ଆରତୀ ଙ୍କ ଶବ ସତ୍କାର ଓ ତାଙ୍କର କୁନି ଝିଅ ଶୁଭଲକ୍ଷ୍ମୀ କୁ ବସୁନ୍ଧରା କୁ ନେବାର ବ୍ୟବସ୍ଥା କରିଛନ୍ତି। ଗତକାଲି ଶବକୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରଖାଯାଇଥିଲା ବେଳେ ଆଜି ସ୍ଥାନୀୟ ତହସିଲଦାର ଏବଂ ପୋଲିସ ର ଉପସ୍ଥିତ ରେ ବ୍ୟବଛେଦ ପାଇଁ କଟକ ପଠା ଯାଇଛି।

author

Related Articles

Leave a Reply

Your email address will not be published. Required fields are marked *