24ରେ କେନ୍ଦ୍ରାପଡାରୁ ଟିକେଟ ପାଇବେ କି ଅନୁଭବ ?

24ରେ କେନ୍ଦ୍ରାପଡାରୁ ଟିକେଟ ପାଇବେ କି ଅନୁଭବ ?

ହଁ ଦର୍ଶକବନ୍ଧୁ ଆମେ କହୁଛୁ ବିବାଦୀୟ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ କଥା । 2013 ପୌର ନିର୍ବାଚନରେ ବଜେଡିରୁ ରାଜନୀତିରେ ଯୋଗ ଦେଇଥିଲେ ଅନୁଭବ । ଏହାପରେ ଧିରେ ଧିରେ ନିଜର କ୍ରେଜ୍ ଦ୍ୱାରା ବିଜେଡିର ଗୋଟିଏ ପରେ ଗୋଟିଏ ପାହାଚ ଚଢି ଚାଲିଛନ୍ତି । ଏବଂ 2019 ରେ କେନ୍ଦ୍ରାପଡାରୁ ସାଂସଦ ପଦ ଲଢି ବୈଜୟନ୍ତଙ୍କୁ ହଟାଇବା ପରେ ବଜେଡିର ବାଃ ବାଃ ସାଉଁଟି ଚର୍ଚ୍ଚାରେ ଥିଲେ ଅନୁଭବ । କିନ୍ତୁ କିଛି ଦିନ ହେବ ଦଳରୁ କୋଣଠୋସା ହୋଇ ରହୁଛନ୍ତି ଅନୁଭବ ମହାନ୍ତି । ଦଳର କୌଣସି କାର୍ଯ୍ୟରେ ତାଙ୍କୁ ଦୋଖିବାକୁ ମିଳୁନି । ନିଜର ବୈବାହିକ ସମସ୍ୟାକୁ ନେଇ ଚିନ୍ତାରେ ରହୁଥିଲେ ଅନୁଭବ । ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେବା ଜିଦ୍ ରେ ଅଟଳ ରହିଥିଲେ । ସେ ଭାବିଥିଲେ ଯେ ଚଳିତବର୍ଷ ଅକ୍ଚୋବର ସୁଦ୍ଧା ତାଙ୍କର ପାରିବାରିକ ବିବାଦର ସମାଧାନ ହୋଇଯିବ । କିନ୍ତୁ କୋର୍ଟଙ୍କ ଏପରି ନିଷ୍ପତ୍ତି ଅନୁଭବଙ୍କୁ ଦୋହଲାଇ ଦେଇଥିଲା । ଅନୁଭବଙ୍କ ପାରିବାରିକ ଜୀବନ ନୁହେଁ ରାଜନୈତିକ କ୍ୟାରିୟର ଉପରେ ମଧ୍ୟ ପ୍ରଭାବ ପକାଇଛି । ପାରିବାରିକ ବିବାଦର ସମାଧାନ ପରେ ଅନୁଭବ ରାଜନୀତିକୁ ଓହ୍ଲାଇବେ ବୋଲି ଶୁଣିବାକୁ ମିଳୁଥିଲା । ବର୍ଷାଙ୍କ ପାଇଁ ତାଙ୍କ ରାଜନୈତିକ ଜୀବନ ବରବାତ ହୋଇଯିବ ବୋଲି ଖୋଲାଖୋଲି ଭାବେ କହିଥିଲେ ଅନୁଭବ । ପାରିବରିକ ବିବାଦକୁ ନେଇ ହୁଏତ ରାଜନୀତିରେ ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ମିଳୁନଥିଲା । ହେଲେ ବର୍ତ୍ତମାନ ଅନୁଭବ ରାଜନୀତିକୁ ଓହ୍ଲାଇବେ ବୋଲି ଶୁଣିବାକୁ ମିଳୁଛି ।

ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା 2024 ନିର୍ବାଚନରେ କେନ୍ଦ୍ରାପଡାରୁ ପୁଣି ବିଜେଡି ଟିକେଟ ପାଇବେ କି ଅନୁଭବ ? ପୁଣିଥରେ ଅନୁଭବଙ୍କ ଉପରେ ଭରସା କରିବେ ନବୀନବାବୁ ? ବିବାଦୀୟ ନେତାଙ୍କୁ ବିଜେଡି ସୁପ୍ରିମୋ ପ୍ରସୟ ଦେଉନାହାନ୍ତି ତେବେ ଏ କ୍ଷେତ୍ରରେ ଅନୁଭବଙ୍କ ପାଇଁ ଦଳର କି ନିଷ୍ପତ୍ତି ରହିବ ? ଅନୁଭବଙ୍କୁ ନେଇ ଆଗକୁ ରାଜନୀତିରେ କେଉଁ ମୋଡ ନେବାକୁ ଯାଉଛି ?

author

Related Articles

Leave a Reply

Your email address will not be published. Required fields are marked *