24ରେ ନିର୍ବାଚନ ଲଢିବେନି ଭିକେ ପାଣ୍ଡିଆନ

24ରେ ନିର୍ବାଚନ ଲଢିବେନି ଭିକେ ପାଣ୍ଡିଆନ

ନଭେମ୍ବର ୨୭ ତାରିଖରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ ଭିକେ ପାଣ୍ଡିଆନ । କୁହାଯାଉଥିଲା କି ପାଣ୍ଡିଆନ 24 ନିର୍ବାଚନ ଲଢିପାରନ୍ତି । ତେବେ ଏନେଇ ବିଜେଡିର କାର୍ଯ୍ୟକାରିଣୀ ବୈଠକରେ ସ୍ପଷ୍ଟ ହେଲା ଯେ 24ରେ ନିର୍ବାଚନ ଲଢିବେନି ଭିକେ ପାଣ୍ଡିଆନ । କାର୍ଯ୍ୟକାରିଣୀ ବୈଠକରେ ହୋଇଥିବା ଏହି ନିଷ୍ପତ୍ତି ବାବଦରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସମ୍ବିତ ରାଉତରାୟ । ନିର୍ବାଚନ ନ ଲଢି ଦଳକୁ ଆହୁରି ସଙ୍ଗଠିତ କରିବା ସହ ଦଳୀୟ ନେତାଙ୍କ ସହ ମିଶି ପାଣ୍ଡିଆନ କାମ କରିବେ । ସେହିଭଳି ଦଳର ଉପ-ସଭାପତି ଦେବୀ ମିଶ୍ର କହିଛନ୍ତି, ପାଣ୍ଡିଆନ ନିର୍ବାଚନ ଲଢିବେନି ବୋଲି ସ୍ପଷ୍ଟ କରିବା ପରେ ବିରୋଧୀ ଯେଉଁ ଅପପ୍ରଚାର କରୁଥିଲେ ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ମୁଖ୍ୟମନ୍ତ୍ରୀଙ୍କ ସହ ବହୁବର୍ଷ ଧରି କାମ କରିଛନ୍ତି ପାଣ୍ଡିଆନ । ଏବେ ବିଜେଡିର ସକ୍ରିୟ କର୍ମୀ ଭାବେ ଦଳ ପାଇଁ କାମ କରିବେ ।

author

Related Articles

Leave a Reply

Your email address will not be published. Required fields are marked *