24ରେ ମୁହାଁମୁହିଁ ହେବେ ଅପରାଜିତା-ଶ୍ରୀମୟୀ !

ହଟିଲା ଦ୍ୱନ୍ଦ ତେଜିଲା ରାଜନୀତି । ବିଜେଡିରୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ଶ୍ରୀମୟୀ ମିଶ୍ର ନିର୍ବାଚନ ଲଢିବେ । ଏ ନେଇ ମନ୍ତ୍ରୀ ଅଶୋକ ପଣ୍ଡା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀମୟୀଙ୍କୁ ଭୁବନେଶ୍ୱରର ପ୍ରାର୍ଥୀ କରିବା ନେଇ ନିଷ୍ପତି ନେଇଥିବା ଅଶୋକ ପଣ୍ଡା କହିଛନ୍ତି । ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଶ୍ରୀମୟୀଙ୍କୁ ଜିତାଇବା ପାଇଁ ସେ ଆହ୍ୱନ ଦେଇଛନ୍ତି ।

ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଘୋଷଣା ପରେ ଶ୍ରୀମୟୀ ବିଜେଡିରୁ ପ୍ରାର୍ଥୀ ହେବା ନେଇ ସ୍ପଷ୍ଟ ହୋଇଯାଇଛି । ବିଜେପିରୁ ଅପରାଜିତା ଷଡଙ୍ଗୀ ଭୁବନେଶ୍ୱର ସାଂସଦ ଭାବେ ନିର୍ବାଚନ ହୋଇଛନ୍ତି । ଏଥର ମଧ୍ୟ ତାଙ୍କୁ ଦଳ ପୁଣି ଥରେ ଟିକେଟ ଦେଇପାରେ । ଆଉ ଯଦି ଏଭଳି ହୁଏ ତେବେ ଭୁବନେଶ୍ୱରରେ ଅପରାଜିତା ଏବଂ ଶ୍ରୀମୟୀଙ୍କ ମଧ୍ୟରେ ହେବ କଡା ଟକ୍କର।

author

Related Articles

Leave a Reply

Your email address will not be published. Required fields are marked *