24 ପାଇଁ ନିର୍ବାଚନ କମିଶନଙ୍କ ବଡ ନିଷ୍ପତ୍ତି

24 ନିର୍ବାଚନକୁ ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ବଡ ନିଷ୍ପତ୍ତି । ନିର୍ବାଚନ ସମୟରେ ବିଭ୍ରାନ୍ତିକର ସୋସିଆଲ ମିଡିଆ ପୋଷ୍ଟ ଉପରେ ରୋକ ଲଗାଇବାକୁ ଭାରତୀୟ ନିର୍ବାଚନ କମିସନଙ୍କ ଯୋଜନା । ଆଦର୍ଶ ଆଚରଣ ବିଧି ଉଲଙ୍ଘନ ନିୟମରେ ସଂଶୋଧନ ପରେ ଏହାକୁ କଡାକଡି କରିବାକୁ ଯୋଜନା କରୁଛନ୍ତି ଭାରତୀୟ ନିର୍ବାଚନ କମିସନ । ଆଗକୁ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ପୋଷ୍ଟ ପାଇଁ ଉତ୍ତରଦାୟୀ ରହିବେ ସମ୍ପୃକ୍ତ ରାଜନୈତିକ ଦଳ ଓ ଦଳର ନେତା । ପୂର୍ବରୁ ଇସିଆଇ ବିଜେପି ଓ ଆପକୁ ଏନେଇ ନୋଟିସ ଜାରି କରିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉନାହିଁ । ତେଣୁ ଜନପ୍ରତିନିଧି ଆଇନରେ ଥିବା ତ୍ରୁଟିକୁ ଦୂର କରିବାକୁ କମିସନ ଚାହୁଁଥିବା ସ୍ପଷ୍ଟ କରାଯାଇଛି । ଆଗକୁ ଏସବୁ ବ୍ୟବସ୍ଥାରେ ସ୍ୱଛତା ଆଣିବାକୁ କାମ କରାଯାଉଥିବା ଇସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *