26/11 ରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

26/11 ରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

26/11 ହୋଇଥିବା ମୁମ୍ବାଇ ତାଜ ଆକ୍ରମଣରେ ସହୀଦ ହୋଇଥିଲେ ଦେଶର ବହୁ ଯବାନ । ସେମାନଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆତଙ୍କବାଦୀମାନଙ୍କ ଏହି ଜଘନ୍ୟ ନରସଂହାର ଏକ କଳା ଇତିହାସ, ଆତଙ୍କୀ ଆକ୍ରମଣର ଜବାବ ଦେବାକୁ ଯାଇ ଶହୀଦ ହୋଇଥିବା ଯବାନ ମାନଙ୍କ ବଳିଦାନକୁ ଦେଶବାସୀ କେବେ ବି ଭୁଲି ପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ୧୯୪୯ ମସିହାରେ ଆଜିର ଦିନରେ ସମ୍ବିଧାନ ସଭା ଭାରତୀୟ ସମ୍ବିଧାନକୁ ସୀକୃତୀ ଦେଇଥିଲେ । ଏହି ସଭାରେ ମହିଳାଙ୍କୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥିଲା । ସମ୍ବିଧାନ ନିର୍ମାତାଙ୍କ ଦୂରଦୃଷ୍ଟିକୁ ଅନୁପାଳନ କରିବାକୁ ଯାଇ ସଂସଦରେ ନାରୀଶକ୍ତି ବନ୍ଧନ ବିଲ୍ ପାସ କରାଯାଇଥିଲା । ସେହିପରି ବିଦେଶରେ ବିବାହ କରୁଥିବା ପରିବାର ମାନଙ୍କୁ ସ୍ୱଦେଶରେ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାକୁ ଅପିଲ କରିଛନ୍ତି ମୋଦି ।

author

Related Articles

Leave a Reply

Your email address will not be published. Required fields are marked *