29ରେ ଓଡିଶା ଆସୁଛନ୍ତି ନରେନ୍ଦ୍ର ମୋଦି..

29ରେ ଓଡିଶା ଆସୁଛନ୍ତି ନରେନ୍ଦ୍ର ମୋଦି..

ଘନ ଘନ ଓଡିଶା ଗସ୍ତ କରୁଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଚାର ପ୍ରସାର କରିବା ପାଇଁ ପୁଣିଥରେ ଓଡିଶା ଆସୁଛନ୍ତି । ଆଉ ଗୋଟିଏ ପର୍ଯ୍ୟାୟ ମତଦାନ ବାକି ରହିଥିବା ବେଳେ ପ୍ରଚାର ପାଇଁ ଆସନ୍ତା ୨୯ ତାରିଖରେ ମୟୁରଭଞ୍ଜ ବାରିପଦା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହା ପୂର୍ବରୁ ବିଜେପିର ବରିଷ୍ଠ ତ୍ରିବେନ୍ଦ୍ର ସିଂ ରାୱତ ଓ ବିଜେପି ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି କାର୍ଯ୍ୟକ୍ରମ ସ୍ଥଳକୁ ଯାଇ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ବିଶାଳ ଜନସଭାକୁ ସମ୍ବୋଧିତ କରିବା ସହିତ ମୋଦି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ । ଏହି କାର୍ଯ୍ୟକ୍ରମକୁ କିପରି ସଫଳ କରାଯିବ ସେନେଇ ଉଭୟ ନେତା ସ୍ଥାନୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *