୩୦ ନାଗରୀକଙ୍କ ସହ ୩୧ ସୁରକ୍ଷା କର୍ମୀଙ୍କ ମୃତ୍ୟୁ

୩୦ ନାଗରୀକଙ୍କ ସହ ୩୧ ସୁରକ୍ଷା କର୍ମୀଙ୍କ ମୃତ୍ୟୁ

ନୂଆଦିଲ୍ଳୀ :୨୦୨୨ରେ ଜାମ୍ମୁ କାଶ୍ମୀରର ଆତଙ୍କ ବାଦୀ ଆକ୍ରମଣରେ ୩୦ ସାଧାରଣଙ୍କ ସହ ୩୧ ସୁରକ୍ଷା କର୍ମୀଙ୍କ ଜୀବନ ଯାଇଥିବା ବେଳେ ୨୨୧ ଜଣ  ଆହତ ହୋଇଥିବା ଜଣାପଡ଼ିଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ  ରାୟ ମଙ୍ଗଳବାର ଲୋକସଭାରେ ଏହି ସୂଚନା ପ୍ରଦାନ କରିଛନ୍ତି । ମନ୍ତ୍ରୀ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ୨୦୨୩ର ପ୍ରଥମ ମାସରେ ୭ଜଣ ସାଧାରଣ  ନାଗରିକ ଏବଂ ୨୩ ଜଣ ଅନ୍ୟ ଲୋକ ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିଲେ ।

କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆତଙ୍କବାଦ ବିରୋଧରେ ସରକାରଙ୍କର ଶୂନ୍ୟ ସହନଶୀଳତା ନୀତି ରହିଛି ଏବଂ ଜାମ୍ମୁ କାଶ୍ମୀର ସୁରକ୍ଷା ନୀତିରେ ଯଥେଷ୍ଟ ଉନ୍ନତି ହୋଇଛି । ତେବେ ୨୦୨୨ ମସିହାରେ ସମୁଦାୟ ୪୧ ଜଣ ନାଗରିକ ଏବଂ ୪୨ ସୁରକ୍ଷା କର୍ମୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯୨ ଜଣ ଆହତ ହୋଇଥିଲେ ।

author

Related Articles

Leave a Reply

Your email address will not be published. Required fields are marked *