40 ଗ୍ରାମ ବ୍ରାଉନସୁଗାର ଜବତ,ତିନି ଗିରଫ

40 ଗ୍ରାମ ବ୍ରାଉନସୁଗାର ଜବତ,ତିନି ଗିରଫ

ବଡ଼ ବଜାର ଥାନା ପୁଲିସ ସ୍ଥାନୀୟ ଫାଷ୍ଟ ଗେଟ୍ ଶ୍ରୀକ୍ଷେତ୍ର ବିହାର ଛକରେ ଚେକିଂ କରୁଥିବା ବେଳେ ଏକ କାରରୁ ୪୦ଗ୍ରାମ ବ୍ରାଉନ ସୁଗାର ଜବତ କରି ୩ଜଣକୁ ଗିରଫ କରିଛି । ସୂଚନା ଯୋଗ୍ୟ ଯେ ବଡ଼ ବଜାର ଥାନା ପୋଲିସକୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା ବ୍ରହ୍ମପୁର କୁ କିଛି ଯୁବକ ବ୍ରାଉନସୁଗାର ଚାଲାଣ କରୁଛନ୍ତି ବୋଲି । ଏହା ଜାଣିପରି ବଡ଼ ବଜାର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ କରାଯାଇଥିଲା । ଥାନାର ଏସାଇ ରଞ୍ଜିତ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ବ୍ରହ୍ମପୁର ଫାଷ୍ଟ ଗେଟ୍ ମୁଖ୍ୟ ରାସ୍ତାରେ ଜଗିରହିଥିଲେ । ଠିକ୍ ସେହି ସମୟରେ ଆସୁଥିବା ଧଳା ରଙ୍ଗର କାରକୁ ଚେକିଂ କରୁଥିବା ସମୟରେ କାର ଭିତରୁ ବ୍ରାଉନ ସୁଗାର ମିଳିଥିଲା । ପୋଲିସ ତିନି ଜଣଙ୍କୁ ଥାନାକୁ ନେଇ ପଚରା ଉଚରା କରିବା ବେଳେ ସମସ୍ତ ଘଟଣା ପୋଲିସ ନିକଟରେ କହିଥିଲେ । ଗିରଫ ଯୁବକମାନେ ହେଲେ ହଳଦିଆପଦର ଚନ୍ଦନ ସେଠୀ , କିରଣ କୁମାର ଦଳବେହେରା ଓ ପୋଲସରାର କାଳୁ ଚରଣ ଭୂୟାଁ । ପୁଲିସ ଗିରଫ ଯୁବକଙ୍କ ନିକଟରୁ କିଛି ମୋବାଇଲ ଓ ଟଙ୍କା ଜବତ କରିଛି । ଉପରୋକ୍ତ ଅଭିଯୁକ୍ତମାନେ ପୋଲସରାରୁ ବ୍ରାଉନସୁଗାର ଆଣି ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳର ଯୁବପିଢିଙ୍କୁ ବିକ୍ରି କରୁଥିଲେ ପୁଲିସ ଜେରା ବେଳେ ଜଣାପଡିଥିଲା ।

author

Related Articles

Leave a Reply

Your email address will not be published. Required fields are marked *