ବୌଦ୍ଧରେ ଫ୍ରାନ୍ସର ୫ପର୍ୟ୍ୟଟକ

ବୌଦ୍ଧରେ ଫ୍ରାନ୍ସର ୫ପର୍ୟ୍ୟଟକ

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଫ୍ରାନ୍ସର ୫ ପର୍ଯ୍ୟଟକ । ଭୁବନେଶ୍ୱରର ଇଣ୍ଡସ ଜର୍ଣ୍ଣି ଟୁର୍ସ ଆଣ୍ଡ ଟ୍ରାଭେଲ ମାଧ୍ୟମରେ ଆସିଥିବା ଏକ ପାଞ୍ଚ ଜଣିଆ ଫ୍ରାନ୍ସ ଟୁରିଷ୍ଟ ଦଳ ବୌଦ୍ଧ ଜିଲ୍ଲାର  ବୁଟୁପାଲି ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳିଛି  । ଏହି ଗାଁ ଜିଲ୍ଲାରେ ସମ୍ବଲପୁରୀ ବସ୍ତ୍ର ପାଇଁ ପ୍ରସିଦ୍ଧି ଲାଭ କରିଥିବାରୁ ପର୍ୟ୍ୟଟକମାନେ ତନ୍ତୀ ମାନଙ୍କର ହସ୍ତତନ୍ତ ତିଆରି ଲୁଗା, ଗାମୁଛା, ଚାନ୍ଦୁଆ ଏବଂ ଏସବୁ ତିଆରି ହେଉଥିବା ମେସିନ ଆଦି  ବୁଲି ଦେଖିଥିଲେ  ।

ଏଠାକାର ବୁଣାକାର ମାନଙ୍କ ନୈପୁଣ୍ୟତା ଦେଖି ଅଭିଭୂତ ହୋଇ ଯାଇଥିଲେ ପର୍ଯ୍ୟଟକ, ଏହା ସହିତ  ସାଧାରଣ ଲୋକଙ୍କ ଆତିଥ୍ୟ ସ୍ମରଣୀୟ ହୋଇ ରହିବ ବୋଲି ମଧ୍ୟ କହିଥିଲେ । କେବଳ ଏତିକି ନୁହେଁ  ବୁଣାକାର ମାନଙ୍କ ଦକ୍ଷତାକୁ ପ୍ରଶଂସା କରିବା ସହ ସ୍ଥାନୀୟ ଅଂଚଳରୁ କିଛି ହସ୍ତତନ୍ତ ସାମଗ୍ରୀ ମଧ୍ୟ କିଣିଥିଲେ  । ପଶ୍ଚିମ ଓଡିଶା ରେ ଏକ ସପ୍ତାହ ରହଣି କାଳରେ ସେମାନେ ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର ଏବଂ ବରଗଡ ଜିଲ୍ଲା ର ବିଭିନ୍ନ ସ୍ଥାନ ବୁଲିବାର କାର୍ୟ୍ୟକ୍ରମ ଅଛି ବୋଲି ଜଣାପଡ଼ିଛି ।

author

Related Articles

Leave a Reply

Your email address will not be published. Required fields are marked *