ଅସହାୟ ଅବସ୍ଥାରେ ଅବିବାହିତା ଶଶୀ || ଗଂଜାମ

ଅସହାୟ ଅବସ୍ଥାରେ ଅବିବାହିତା ଶଶୀ || ଗଂଜାମ

ଅସହାୟ ଅବସ୍ଥାରେ ଅବିବାହିତା ଶଶୀ

ଗରୀବ ଓ ଅସହାୟଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ହେଲେ ପ୍ରକୃତ ଅସହାୟ ସବୁ ଯୋଜନାରୁ ବଞ୍ଚିତ ହୋଇ ଭଗବାନଙ୍କ ଭରସାରେ ପଡି ରହି ବାକୁ ବାଧ୍ୟ ହେଉଛନ୍ତି l ଯାହାର ନିଛକ ଉଦାହରଣ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଙ୍ଗି ଗ୍ରାମର ଗ୍ରାମରେ l ବାପା ମା ଆର ପାରିକୁ ଚାଲିଗଲେ ଭାଇ ମାନେ ପାଖ ମାଡିଲେନି ଏବେ କେବଳ ଭାଗ୍ୟକୁ ଆଦରି ଏକୁଟିଆ ଜୀବନ ବିତାଉଛନ୍ତି ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଙ୍ଗି ଗ୍ରାମର ଅବିବାହିତା ଶଶୀ ଦାସ(୪୫ )l ମୁଲଲାଗି ନିଜର ପେଟ ପୋଷୁଥିଲେ କିନ୍ତୁ ଦଇବ ଦାଉସାଧିଲାପରି ଦଶ ବର୍ଷ ପୂର୍ବେ ଫାଲେରିଆ ରୋଗରେ ଆକ୍ରାନ୍ତ ହୋଇଥିଲେ ବର୍ତ୍ତମାନ ସେହିରୋଗ ଏତେ ବଢିଯାଇଛିଯେ ଗୋଡ଼ରେ ଘା ହୋଇ ପଚି ଫାଟି ଗଲାଣି l

ସେହି ଜାଗା ଦୁର୍ଗନ୍ଧ ହେଉଥିବାରୁ ସାହି ପଡୋଶୀ ମଧ୍ୟ ପାଖ ମାଡୁ ନାହାନ୍ତି l କିଏ ଆହା ବିକଳ ପଡି ଗଣ୍ଡେ ଦେଲେ ଖାଉଛନ୍ତି ନହେଲେ ଉପବାସରେ ରହିବାକୁ ପଡୁଛି l କେବଳ ଭଗବାନଙ୍କ ଉପରେ ଭରସା କରି ବଞ୍ଚିବାର ରାହା ଖୋଜୁଛନ୍ତି ଅସହାୟ ଶଶୀ l ଅସହାୟ ଭାବରେ ନିଜ ଭାଗ୍ୟକୁ ଆଦରି ଝାଟି କୁଡ଼ିଆ ତଳେ ପଡିରହିଛନ୍ତି. ସରକାରୀ ସହାୟତା କହିଲେ ୫ କିଲୋ ଚାଉଳ ଏବଂ ୫ ଶହ ଟଙ୍କା ଭତ୍ତା ପାଉଛନ୍ତି l ବିଜୁ ସ୍ଵାସ୍ତ୍ୟ କାର୍ଡ ମଧ୍ୟ ନାହିଁ ଫଳରେ ନିଜର ଚିକିତ୍ସା କରାଇ ପାରୁ ନାହାନ୍ତି କି ଔଷଧ ଆଣି ପାରୁ ନାହାନ୍ତି ସରକାର ତାଙ୍କ ପ୍ରତି ଦୃଷ୍ଟି ଦେଇ ଚିକିତ୍ସା କରିବାରେ ସାହାଯ୍ୟ କଲେ ଏହି ଦୁଃଖ କଷ୍ଟରୁ ମୁକ୍ତି ପାଇପାରିବେବୋଲି କୋହ ଭରା କଣ୍ଠରେ ନିବେଦନ କରିଛନ୍ତି l କେବେ ତାଙ୍କୁ ସରକାର ସହାୟ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା

author

Related Articles

Leave a Reply

Your email address will not be published. Required fields are marked *