71 କିଲୋର ଲଡୁ ଧରି ପୂଜା ପାଉଛନ୍ତି ଗଜାନନ

71 କିଲୋର ଲଡୁ ଧରି ପୂଜା ପାଉଛନ୍ତି ଗଜାନନ

ଚାରିଆଡ଼େ ଗଣେଶ ପୂଜାର ମହାଲ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ k.ବରିଡା ଠାରେ ମା ବୁଢ଼ୀ ଠାକୁରାଣୀ ଯୁବକ ସଂଘ ଦ୍ୱାରା ଏକ ବିଶାଳକାୟ ଗଣେଷ ମୂର୍ତ୍ତି କୁ ନେଇ ପୂଜା ମେଢ଼ ଅନୁଷ୍ଠିତ ହୋଇଛି। ! ଉକ୍ତ ମେଢ଼ ରେ ବସି ଥିବା ଗଣେଷ ଙ୍କ ଉଚ୍ଚତା 13 ଫୁଟ ରହିଥିବା ବେଳେ ଗଣେଷ ଙ୍କ ହାତରେ ଥିବା 71 kg ଓଜନ ର ଲଡୁ ଦର୍ଶକ ଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି। ! ପୂଜାର ଅନ୍ୟ ଏକ ଅଧ୍ୟାତ୍ମକ ଆକର୍ଷଣ ହେଲା ପୂଜାର ପ୍ରଥମ ଦିନ ଠାରୁ ଆଜିଯାଏଁ ହୋମ କାର୍ଯ୍ଯ ଚାଲୁ ରହିଛି। ଦୈନିକ ସମସ୍ତ ନୀତି କାନ୍ତି କୁ ନେଇ ପୂଜାର୍ଚନା କରାଯାଉଛି ! କେ.ବରିଡା ଏହି ଆକର୍ଷଣୀୟ ପୂଜା ଦେଖିବା ପାଇଁ ସଂଧ୍ୟା ହେଲେ ଆଖ ପାଖ ଅଞ୍ଚଳ ରୁ ସହ ସହ ସଂଖ୍ୟାରେ ଭକ୍ତ ଆସି ଭିଡ଼ ଜମାଇଥାନ୍ତି ! ଭକ୍ତ ଙ୍କ ଏପରି ଭିଡ଼ କୁ ଦୃଷ୍ଟି ଆଗରେ ରଖି ପୂଜା କମିଟି ତଥା ମା ବୁଢ଼ୀ ଠାକୁରାଣୀ ସଙ୍ଗ ର ସମସ୍ତ କର୍ମକର୍ତ୍ତା ସଜାଗ ରହିଥିବା ଦେଖିବାକୁ ମିଳିଛି। ! ମେଢ଼ ର ଅତ୍ୟାଧୁନିକ ସାଜ ସଜ୍ଜା ଓ ଗଣେଶ ଙ୍କ ବିଶାଳକାୟ ମୂର୍ତ୍ତି ସହ 71 କିଲୋ ଓଜନ ର ଲଡ଼ୁ ସ୍ଥାନୀୟ ଅଞ୍ଚାଳରେ ଚର୍ଚ୍ଚା ର ବିଷୟ ପାଲଟିଛି ।

author

Related Articles

Leave a Reply

Your email address will not be published. Required fields are marked *