8 ତାରିଖରେ ଖୋଲାଯିବନି ରତ୍ନଭଣ୍ଡାର

8 ତାରିଖରେ ଖୋଲାଯିବନି ରତ୍ନଭଣ୍ଡାର

ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ପରେ ଆସନ୍ତା 8 ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ ବିଜେପି ସରକାର ପ୍ରତିଶ୍ରୁତି ଦେଇଥିଲା କିନ୍ତୁ ରଥଯାତ୍ରା କାରଣରୁ ୮ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ସମ୍ଭାବନା କମ୍। ଯେଉଁଦିନ ସରକାର ନିଷ୍ପତି ନେବେ ସେହିଦିନ ହିଁ ଖୋଲିବ ରତ୍ନଭଣ୍ଡାର। ରତ୍ନଭଣ୍ଡାର ଖୋଲାଯିବା ପରେ ଏହାର ଗଣତି କାର୍ଯ୍ୟ ଆରମ୍ଭ ହେବ। ଭୁବନେଶ୍ୱରରେ ପହଁଚିବା ପରେ ଏନେଇ ସୂଚନା ଦେଇଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଶ୍ରୀମନ୍ଦିର ରତ୍ନଭଣ୍ଡାର କମିଟିର ଅଧ୍ୟକ୍ଷ ଅରିଜିତ୍ ପଶାୟତ। ଆସନ୍ତାକାଲି ରତ୍ନଭଣ୍ଡାର କମିଟି ପକ୍ଷରୁ ବସିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହେବାକୁ ଅରିଜିତ୍ ପଶାୟତ ଓଡ଼ିଶା ଗସ୍ତରେ ଆସିଛନ୍ତି। ଆସନ୍ତାକାଲି ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ସୂଚନା ଦେଇଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *