ଆଜିଠୁ ଆରମ୍ଭ ବିଧାନସଭାର ଶୀତ ଅଧିବେଶନ

ଆଜିଠୁ ଆରମ୍ଭ ବିଧାନସଭାର ଶୀତ ଅଧିବେଶନ

ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ । ନଭେମ୍ବର ୨୧ରୁ ଆରମ୍ଭ ହୋଇ ଡିସେମ୍ବର ମାସ ୩୦ ଯାଏ ଏହା ଚାଲିବ ବୋଲି ସୂଚନା ରହିଛି । ଚଳିତ ଅଧିବେଶନରେ ରହିବ ମୋଟ୍ ୩୦ଟି କାର‌୍ୟ୍ୟଦିବସ । ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭା ଶୀତ ଅଧିବେଶନ ସରଗରମ ରହିବା ସମ୍ଭାବନା ରହିଛି । କାରଣ ବିରୋଧୀଙ୍କ ହାତରେ ପୁଳା ପୁଳା ପ୍ରସଙ୍ଗ। ସରକାରଙ୍କୁ ଘେରିବା ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ପ୍ରସ୍ତୁତ ଅଛନ୍ତି । ଗତକାଲି ବିଧାୟକ ଦଳ ବୈଠକରେ ରଣନୀତି କରିଛି ବିଜେପି । ପିସି କାରବାର, ଚାଷୀ ସମସ୍ୟା, ମଣ୍ଡି ଅବ୍ୟବସ୍ଥା, ଜନଜାତିଙ୍କ ସମସ୍ୟା, ଶ୍ରୀମନ୍ଦିର, ଆଇନଶୃଙ୍ଖଳା ପରିସ୍ଥିତି ଓ ଜନ ବିରୋଧୀ କାର‌୍ୟ୍ୟ ବିରୋଧରେ ତମ୍ବିତୋଫାନ କରିବାକୁ ଯୋଜନା କରିଛି ଦଳ । ଅନ୍ୟପଟେ ଆଜି କଂଗ୍ରେସ ଓ ବିଜେଡି ବିଧାୟକ ଦଳ ବୈଠକ ବସିବ । ଆଞ୍ଚଳିକ ବୈଷମ୍ୟବାଦ, ଆଇନଶୃଙ୍ଖଲା ଓ ମଣ୍ଡି ଆଦି ପ୍ରସଙ୍ଗକୁ ନେଇ ଗୃହରେ ପ୍ରଭାବୀ ଢଙ୍ଗରେ ଉଠାଇବାକୁ କଂଗ୍ରେସ ଯୋଜନା କରିଛି । ଆଜି ବିଧାନସଭା ଅଧିବେଶନର ପୂର୍ବରୁ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସିବ । ବିରୋଧୀଙ୍କ ସବୁ ପ୍ରସଙ୍ଗର ଜବାବ ଦେବା ପାଇଁ ଦଳ ପ୍ରସ୍ତୁତ ରହିଛି । ରାଜ୍ୟ ସ୍ବାର୍ଥ, କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ, ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା, ରାଜ୍ୟରେ ଚାଲିଥିବା ବିଭିନ୍ନ ଜାତୀୟ ରାଜପଥ କାମରେ ଅହେତୁକ ବିଳମ୍ବ, ବିଭିନ୍ନ ବିଭାଗର ବକେୟା ଅର୍ଥ ପ୍ରଦାନରେ କେନ୍ଦରର ବିଳମ୍ବକୁ ଗୃହରେ ଉଠାଇବ ବିଜେଡି ।


ଗତକାଲି ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକରେ ସହଯୋଗ ଲୋଡ଼ିଥିଲେ ବାଚସ୍ପତି । ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ଏହା ହେବ ବିଧାନସଭାରେ ଶେଷ ପୂର୍ଣ୍ଣାଙ୍ଗ ଅଧିବେଶନ । ସରକାର କିଛି ଗୁରୁତ୍ବପୂର୍ଣ୍ଣ ବିଲ୍ ପାରିତ କରିବାକୁ ଉଦ୍ୟମ କରିବେ । ନିର୍ବାଚନକୁ ପ୍ରାୟ ୪-୫ ମାସ ବାକି ରହିଛି । ତେଣୁ ଚଳିତ ଅଧିବେଶନ ଉପରେ ସାରା ରାଜ୍ୟର ନଜର ରହିଛି । ଅନ୍ୟପଟେ ବିଧାନସଭା ଅଧିବେଶନର ପୂର୍ବରୁ ଆଜି ନିର୍ବାଚିତ ହେବେ ନୂଆ ଉପବାଚସ୍ପତି । ସାଲୁଗା ପ୍ରଧାନ ଏକମାତ୍ର ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଥିବାରୁ ତାଙ୍କ ନାଁକୁ ବିଧିବଦ୍ଧ ଭାବରେ ନିର୍ବାଚିତ ହୋଇଥିବା ନେଇ ଘୋଷଣା କରାଯିବ ।

author

Related Articles

Leave a Reply

Your email address will not be published. Required fields are marked *