ଓଡିଶା ଗସ୍ତ ଦ୍ୱିତୀୟ ଦିନରେ ରାଷ୍ଟ୍ରପତିଙ୍କର ରହିଛି ଏହି ସବୁ କାର୍ଯ୍ୟକ୍ରମ

ଓଡିଶା ଗସ୍ତ ଦ୍ୱିତୀୟ ଦିନରେ ରାଷ୍ଟ୍ରପତିଙ୍କର ରହିଛି ଏହି ସବୁ କାର୍ଯ୍ୟକ୍ରମ

ଆଜି ପାହାଡପୁର ଓ ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ପ୍ରଥମେ ରାଷ୍ଟ୍ରପତି ନିଜ ବାସଭବନରୁ ବାହାରି ଶ୍ୱଶୁର ଘର ଗାଁରେ ପହଞ୍ଚିବା ପରେ ଏଲଆଣ୍ଡଟି ଦ୍ୱାରା ପରିଚାଳିତ ହେବାକୁ ଥିବା ଦକ୍ଷତା ବିକାଶ କେନ୍ଦ୍ରକୁ ଉଦଘାଟନ କରିବେ । ପରେ ନିଜେ ଗଢିଥିବା ଏସଏଲଏସ୍ ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରିବେ । ଏହା ପରେ ରେଳ ବିଭାଗ ଦ୍ୱାରା ପ୍ରସ୍ତୁତ ତିନିଟି ନୂଆ ଟ୍ରେନର ଶୁଭାରମ୍ଭ କରିବେ ।


ବାଦାମପାହାଡ-ଟାଟାନଗର ମେମୁ, ବାଦାମପାହାଡ-ରାଉରଲେକା ସାପ୍ତାହିକ ଏକ୍ସପ୍ରେସ ଓ ବାଦାମପାହାଡ-ଶାଲିମାର ସାପ୍ତାହିକ ଏକ୍ସପ୍ରେସର ପତାକା ଦେଖାଇ ଶୁଭାରମ୍ଭ କରିବେ ରାଷ୍ଟ୍ରପତି । ବାଦାମପାହାଡ ରେଲୱେ ଷ୍ଟେସନର ପୁର୍ନବିକାଶର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହାପରେ ବାଦାମପାହାଡରୁ ଟ୍ରେନ୍ ଯୋଗେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି । ଏହି କାର୍ଯ୍ୟକ୍ରମ ତାଙ୍କ ସହ ରାଜ୍ୟପାଳ ରଘୁବର ଦାସ, ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିବେ । ମୟୂରଭଞ୍ଜ ଗସ୍ତ ସାରି ଅପରାହଣରେ ସମ୍ବଲପୁର ଅଭିମୁଖେ ଯିବେ ମହାମହିମ ।

author

Related Articles

Leave a Reply

Your email address will not be published. Required fields are marked *