ଭଦ୍ରକରେ ଷଣ୍ଢ ଆକ୍ରମଣରେ ଜଣେ ମୃତ,ଜଣେ ଗୁରୁତର

ଭଦ୍ରକରେ ଷଣ୍ଢ ଆକ୍ରମଣରେ ଜଣେ ମୃତ,ଜଣେ ଗୁରୁତର

ଭଦ୍ରକ ଗ୍ରାମାଞ୍ଚଳ ଥାନା ପଥର ଆଡିରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଓ ଅଭାବନୀୟ ଘଟଣା । ଷଣ୍ଢ ଆକ୍ରମଣରେ ଚାଲିଗଲା ବୃଦ୍ଧାଙ୍କ ଜୀବନ ଏବଂ ଅନ୍ୟଜଣେ ଗୁରୁତର । ଗତ କିଛି ଦିନ ହେବ ସେହି ଗାଁରେ ମାରଣା ଷଣ୍ଢ ବୁଲିବା ସହ ଲୋକଙ୍କୁ ମାରିବା ପାଇଁ ଗୋଡାଉଥିଲା । ଷଣ୍ଢ ଭୟରେ ଲୋକମାନେ  ବାହାରକୁ ବାହାରିବାକୁ ଭୟ କରୁଛନ୍ତି ।  ଆଜି ଭୋର ସମୟରେ ପଥରଆଡି ଅଞ୍ଚଳର ଜଣେ ବୃଦ୍ଧା କୌଣସି କାର୍ଯ୍ୟରେ ଯାଉଥିବା ସମୟରେ, ମାରଣା ଷଣ୍ଢ ଆକ୍ରମଣ କରିଛି । ବୃଦ୍ଧାଙ୍କୁ ଗୁରୁତର ଓ ସଜ୍ଞାହୀନ ଅବସ୍ଥାରେ ସ୍ଥାନୀୟ ଲୋକ ମେଡିକାଲରେ ଭର୍ତ୍ତି କରିଥିଲେ . ମେଡିକାଲରେ ବୃଦ୍ଧା ଜଣଙ୍କର ମୃତ୍ୟୁ ହୋଇଥିଲା. ଉକ୍ତ ଅଞ୍ଚଳର ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଷଣ୍ଢ ଆକ୍ରମଣରେ ଗୁରୁତର ହୋଇ ଭଦ୍ରକ ମେଡିକାଲରେ ଚିକିତ୍ସା ହେଉଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *