ଭିଜିଲାନ୍ସ ଜାଲରେ ପୁଲିସ ଏସଆଇ

ଭିଜିଲାନ୍ସ ଜାଲରେ ପୁଲିସ ଏସଆଇ

ଭିଜିଲାନ୍ସ ଜାଲରେ ପୁଲିସ ଏସଆଇ । ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ ଟିମ୍ । ଗଞ୍ଜେଇ ଗାଡ଼ି ରିଲିଜ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଏଏସଆଇକୁ ବିକ୍ରମ କେଶରୀ ଦେହୁରୀ କୁ ଧରିଛି ଭିଜିଲାନ୍ସ । ସୂଚନା ମୁତାବକ, ଗଞ୍ଜେଇ ମାମଲାରେ ଏକ ଗାଡ଼ି ଜବତ କରିଥିଲା ବାଉଁଶୁଣି ଥାନା । କୋର୍ଟ ଅନୁମତି ପରେ ବି ଜବତ ଗାଡ଼ିକୁ ଛାଡ଼ିବା ପାଇଁ ଥାନା ଏସଆଇ ବିକ୍ରମ କେଶରୀ ଦେହୁରୀ ୧୫ହଜାର ଟଙ୍କା ଲାଂଚ ମାଗିଥିଲେ । ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ସଂପୃକ୍ତ ଗାଡ଼ି ମାଲିକ । ତେବେ ଅନଲାଇନରେ ଟଙ୍କା ପଠାଇବା ପରେ ଭିଜିଲାନ୍ସ ଟିମ୍ ଏସଆଇଙ୍କୁ ଧରିଥିଲା । ପରେ ତାଙ୍କ ସରକାରୀ ବାସଭବନ ସହ ପୁରୁଣା କଟକ ସ୍ଥିତ ନିଜ ବାସଭବନର ଚଢ଼ାଉ କରିଛି ଭିଜିଲାନ୍ସ ।

author

Related Articles

Leave a Reply

Your email address will not be published. Required fields are marked *