ଟ୍ୱିନ ସିଟିରେ ମଶାଙ୍କ ଉତପାତ

ଟ୍ୱିନ ସିଟିରେ ମଶାଙ୍କ ଉତପାତ

ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ବଢିଚାଲିଛି ମଶାଙ୍କ ଉତପାତ । ଦିନ ହେଉ କି ରାତି ଘରେ ମଶା ରଖେଇ ଦେଉ ନାହାନ୍ତି । ଅକ୍ଚୋବର ନଭେମ୍ବରରୁ ମଶାଙ୍କ ପ୍ରଜନନ ଆରମ୍ଭ ହୋଇଛି ଏବଂ ଏହା 3 ମାସ ପର୍ଯ୍ୟନ୍ତ ରହିପାରେ । ତେବେ ମଶାମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ତରଫରୁ ପୌରାଞ୍ଚଳରେ ପଦକ୍ଷେପ ନିଆଯାଉଛି । ହେଲେ ତାହା ଯଥେଷ୍ଟ ନୁହେଁ ।କୁହାଯାଉଛି କି ଆଉ କିଛି ମାସ ଏପରି ପରିସ୍ଥିତି ଲାଗି ରହିପାରେ । ଚଳିତ ବର୍ଷ ଡେଙ୍ଗୁ ରାଜ୍ୟରେ କାୟା ବିସ୍ତାର କରିଥିଲା ଏବେ ଡେଙ୍ଗୁ ପ୍ରକୋପ କମିଛି । ହେଲେ ଅନ୍ୟ ମଶାଙ୍କ ଉତପାତ ଆରମ୍ଭ ହୋଇଯାଇଛି । ତେବେ ମଶାଙ୍କ ସାନ୍ଦ୍ରତା 50 ତଳେ ରହିଲେ ଏହା ନିୟନ୍ତ୍ରଣରେ ରହିବ କିନ୍ତୁ ବର୍ତ୍ତମାନ ମଶାଙ୍କ ସାନ୍ଦ୍ରତା ଭୁବନେଶ୍ୱରରେ 67 ଓ କଟକରେ 80 ରେକର୍ଡ କରାଯାଇଛି । ଯଦି ଏବେ ଠାରୁ ଏହାକୁ ନିୟନ୍ତ୍ରଣ କରାନଯାଏ ଆଗକୁ ଏହା ଭୟଙ୍କର ରୂପ ନେବ ।

author

Related Articles

Leave a Reply

Your email address will not be published. Required fields are marked *