ଜୟନାରାୟଣଙ୍କ ପାଇଁ ବଢିଲା ଅଡୁଆ, ଖାରଲ ହେଲା ଜାମିନ, ମହିଳା ଆଇଆଇସି ଓ ସମ୍ବଲପୁର ତହସିଲଦାରଙ୍କୁ ଧମକ ଦେଇଥିଲେ

ଜୟନାରାୟଣଙ୍କ ପାଇଁ ବଢିଲା ଅଡୁଆ, ଖାରଲ ହେଲା ଜାମିନ, ମହିଳା ଆଇଆଇସି ଓ ସମ୍ବଲପୁର ତହସିଲଦାରଙ୍କୁ ଧମକ ଦେଇଥିଲେ

ବିରୋଧି ଦଳର ନେତା ତଥା ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ନିଜ କରିଥିବା ଘଟଣାରେ ଶ୍ରୀମିଶ୍ର ଅଡୁଆରେ ପଡିଯାଇଥିଲେ । ତାଙ୍କ ବିରୋଧରେ ଥିବା ଦୁଇଟି ମାମଲାରେ ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଗୋଟିଏ ମାମଲାରେ ଆଗୁଆ ଜାମିନ ଖାରଜ ହୋଇ ଯାଇଥିବା ବେଳେ ଅନ୍ୟ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ଓଡିଶା ହାଇକୋର୍ଟ। ମହିଳା ଆଇଆଇସି ଆକ୍ରମଣ ମାମଲାରେ ସମ୍ବଲପୁର ଟାଉନ ଥାନାରେ ରୁଜ୍ଜୁ ମାମଲାରେ ତାଙ୍କ ଆଗୁଆ ଜାମିନ ଖାରଜ କରି ଦେଇଛନ୍ତି ହାଇକୋର୍ଟ। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ସେହିପରି ସମ୍ବଲପୁର ସଦର ତହସିଲଦାରଙ୍କୁ ଧମକ ଦେବା ଓ ଦୁର୍ବ୍ୟବହାର ନେଇ କ୍ଷେତରାଜପୁର ଥାନାରେ ମାମଲା ରୁଜ୍ଜୁ ହୋଇଥିଲା।
ଏହି ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିବା ସହିତ ଅଭିଯୁକ୍ତ ତଳକୋର୍ଟରେ ଆତ୍ମସମର୍ପଣ କରି ନିୟମିତ ଜାମିନ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଦେଵବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *