ସପ୍ତମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠ୍ୟକ୍ରମରେ ସାମିଲ ହେବ ରାମାୟଣ,ମହାଭାରତ

ସପ୍ତମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠ୍ୟକ୍ରମରେ ସାମିଲ ହେବ ରାମାୟଣ,ମହାଭାରତ

ଏଣିକି ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ ହେବ ରାମାୟଣ, ମହାଭାରତ । ଏନେଇ ଏନସିଇଆରଟିର ୭ ଜଣିଆ କମିଟି ସୁପାରିଶ କରିଛି । ସପ୍ତମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ରାମାୟଣ ଓ ମହାଭାରତ ଶିକ୍ଷା ଦେବାକୁ ଗୁରୁତ୍ୱ ଦିଆଯାଇଛି । ସାମାଜିକ ବିଜ୍ଞାନ ପାଠ୍ୟକ୍ରମରେ ସ୍ଥାନ ଦେବାକୁ କୁହାଯାଉଛି । ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ ପାଠ୍ୟପୁସ୍ତକରେ ରାମାୟଣ ଓ ମହାଭାରତକୁ ଅର୍ନ୍ତଭୁକ୍ତ କରିବା ଲାଗି ସୁପାରିଶ କରିଛି । ଏହାସହ ଶ୍ରେଣୀ ଗୃହ କାନ୍ଥରେ ସମ୍ବିଧାନର ମୁଖବନ୍ଧ ମଧ୍ୟ ଲେଖାଯିବାକୁ ପରାମର୍ଶ ଦିଆଯାଇଥିବା କମିଟିର ଅଧ୍ୟକ୍ଷ ସିଆଇ ଆଇଜାକ କହିଛନ୍ତି । କମିଟି ଦ୍ୱାରା ଏହାର ସମୀକ୍ଷା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ରାମାୟଣ ଓ ମହାଭାରତ ଗ୍ରନ୍ଥର ବିଷୟବସ୍ତୁକୁ ସାମାଜିକ ବିଜ୍ଞାନ ସିଲାବସରେ ସ୍ଥାନିତ କରାଯିବ ।

author

Related Articles

Leave a Reply

Your email address will not be published. Required fields are marked *