ବୌଦ୍ଧରେ କିଏ ପିନ୍ଧିବ ବିଜୟର ଟିକା ?

 ବୌଦ୍ଧରେ କିଏ ପିନ୍ଧିବ ବିଜୟର ଟିକା ?

24 ନିର୍ବାଚନ ପାଇଁ ନେତାମାନଙ୍କ ମଧ୍ୟରେ ଦେଖାଗଲାଣି ହଟଚମଟ । କିଏ କେଉଁ ଦଳରୁ ପ୍ରାର୍ଥୀ ହେବ କିଏ କେଉଁ ଆସନରୁ ଲଢିବ ତାହା ଉପରେ ସମସ୍ତଙ୍କ ନଜର । ବିଜେଡିର ଗଡ ବୌଦ୍ଧ ନିର୍ବାଚନ ମଣ୍ଡଳୀ । ଏଠାରୁ ବିଧାୟକ ଭାବେ ଲଗାତାର ଜିତି ଆସୁଛନ୍ତି ପୂର୍ବତନ ବାଚସ୍ପତି ଏବଂ ବର୍ତ୍ତମାନର ପଞ୍ଚାୟତରାଜ ଓ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ । ରାଜ୍ୟ ସରକାରଙ୍କ ବହୁ ଗରୁତ୍ୱପୂର୍ଣ୍ଣ ପଦପଦବୀରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ପ୍ରତିଥର ନିର୍ବାଚନରେ ପ୍ରଦୀପଙ୍କୁ ଟକ୍କର ଦେଇ ଆସୁଛନ୍ତି ସୁଶାନ୍ତ ପ୍ରଧାନ । 2014ରେ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିବା ସୁଶାନ୍ତ ପ୍ରଧାନ 2019ରେ ବିଜେପିରେ ମିଶି ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ । ତେବେ କୁହାଯାଉଛି କି ଆଗାମୀ ନିର୍ବାଚନରେ ପୁଣିଥରେ ଏହି ଦୁଇ ହେଭିୱେଟ ନେତାଙ୍କ ମଧ୍ୟରେ ହେବ କଡା ଟକ୍କର । ତେବେ ଦେଖିବାକୁ ବାକି ରହିଲା ଆଗାମୀ ନିର୍ବାଚନରେ ପ୍ରଦୀପ ସୁଶାନ୍ତ ଲଢେଇରେ କାହାର ବିଜୟ ହେବ ? କି ବିଜେଡି ଓ ବିଜେପିକୁ ମାତ ଦେଇ କଂଗ୍ରେସ ବାଜିମାତ କରିବ ତାହାର ଅପେକ୍ଷା ?

author

Related Articles

Leave a Reply

Your email address will not be published. Required fields are marked *