ଆଉ କିଛି ସମୟ ମଧ୍ୟରେ ଉଦ୍ଧାର ହେବେ ଫସିଥିବା ଶ୍ରମିକ

ଆଉ କିଛି ସମୟ ମଧ୍ୟରେ ଉଦ୍ଧାର ହେବେ ଫସିଥିବା ଶ୍ରମିକ

ଅପେକ୍ଷାର ଅନ୍ତ ଘଟିବ । ଉତ୍ତରାଖଣ୍ଡରେ ଫସିଥିବା ୪୧ ଜଣ ଶ୍ରମିକଙ୍କୁ ଅଳ୍ପ ସମୟ ମଧ୍ୟରେ ଉଦ୍ଧାର କରାଯିବ । ଆମେରିକାରୁ ଆସିଥିବା ।ଗର ମେସିନ ଦ୍ୱାରା ୯୦ ପ୍ରତିଶତ ଡିଲିଂ ସରଥିବା ବେଳେ ଏବେ ଫସିରହିଥିବା ଶ୍ରମିକଙ୍କୁ ସୁରକ୍ଷିତ କିପରି ଅଣାଯାଇପାରିବ ସେ ଉପରେ ସମସ୍ତଙ୍କର ଲକ୍ଷ୍ୟ । ମୋଟ ୫୭ ମିଟର ଡ୍ରିଲ କରିବାକୁ ଥିବା ବେଳେ ଏବେ ସୁଦ୍ଧା ୪୫ ମିଟର ଡ୍ରିଲ ହୋଇଥିବା ନେଇ ସୂଚନା ମଳିଛି । ଫଶିରହିଥିବା ଶ୍ରମିକଙ୍କଠୁ ଆଉ ୧୨ ମିଟର ଦୂରତା ରହିଛି । ଗତକାଲି ରାତିରେ ଡ୍ରିଲିଂ ମେସିନର ବ୍ଲେଡ ଭାଙ୍ଗିଯବାରୁ ଉଦ୍ଧାର କାମ ବାଧାପ୍ରାପ୍ତ ହୋଇଥିଲା । ପରେ ପୁଣି ଉଦ୍ଧାରକାର‌୍ୟ୍ୟ ଆରମ୍ଭ ହୋଇଛି । ତେଣୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆଉ କିଛି ସମୟ ଲାଗିପାରେ ବୋଲି ସୂଚନା ଆସିଛି ।ତେବେ ୧୨ ଦିନ ହେଲା ଅଧାଖାଇ, ଅଧାଶୋଇ ୪୧ ଶ୍ରମିକ ସେହି ଟନେଲ୍ ଭିତରେ ରହିଛନ୍ତି । ଉଦ୍ଧାର କରାଯିବା ପରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଟନେଲ୍ ବାହାରେ ବ୍ୟାପକ ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି । ଏପରିକି ଶ୍ରମିକଙ୍କ ପାଇଁ ଅସ୍ଥାୟୀ ହସ୍ପିଟାଲର ବ୍ୟବସ୍ଥା କରାଯାଇଛି । ଆଉ ୪୧ ଶ୍ରମିକଙ୍କ ପାଇଁ ଅସ୍ଥାୟୀ ବେଡ୍ ମଧ୍ୟ ପ୍ରସ୍ତୁତ ରହିଛି । ଉଦ୍ଧାର ପରେ ସେମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କ’ଣ ରହିଛି, ସେସବୁର ହେବ ଯାଂଚ । ବତ୍ତମାନ ଯେଉଁ ଗତିରେ ଡ୍ରିଲିଂ କାମ ଜାରି ରହିଛି, ସକାଳ ୮ ଟା ସୁଦ୍ଧା ଶ୍ରମିକଙ୍କ ପାଖରେ ପହଂଚିଯିବେ ବୋଲି କହିଛନ୍ତି ଉଦ୍ଧାରକାରୀ ଦଳର ସଦସ୍ୟ ।

author

Related Articles

Leave a Reply

Your email address will not be published. Required fields are marked *