ଆଜିଠୁ ଆରମ୍ଭ ଟି-20 ସିରିଜ,ପୁଣିଥରେ ମୁହାଁମୁହିଁ ହେବେ ଭାରତ ଅଷ୍ଟ୍ରେଲିଆ

ଆଜିଠୁ ଆରମ୍ଭ ଟି-20 ସିରିଜ,ପୁଣିଥରେ ମୁହାଁମୁହିଁ ହେବେ ଭାରତ ଅଷ୍ଟ୍ରେଲିଆ

ପ୍ରତିଶୋଧ ଲକ୍ଷ୍ୟରେ ଭାରତ । ଆଜିଠାରୁ ଆରମ୍ଭ ହେଉଛି ଭାରତ,ଅଷ୍ଟ୍ରେଲିଆ ମଧ୍ୟରେ ଟି-20ସିରିଜ । ବିଶାଖାପାଟଣା ଠାରେ ଦୁଇ ଦଳଙ୍କ ମଧ୍ୟରେ ହେବ କଡା ଟକ୍କର । ନୂଆ ଅଧିନାୟକଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବେ ଦୁଇ ଟିମ । ମ୍ୟାଚ୍ ଜିତି ବିଶ୍ୱକପ ଫାଇନାଲର ପ୍ରତିଶୋଧ ନେବା ଲକ୍ଷ୍ୟରେ ଟିମ ଇଣ୍ଡିଆ । ଭାରତ ବିଶ୍ୱକପ ଫାଇନାଲ ଖେଳାଳୀଙ୍କୁ ବିଶ୍ରାମ ଦେଇଛି । ଟିମ ଇଣ୍ଡିଆର ନେତୃତ୍ୱ ନେବେ ସୂଯ୍ୟକୁମାର ଯାଦବ । ବିଶ୍ୱକପ ଟିମରେ ଥିବା ଈସାନ କିଶାନ ଏବଂ ପ୍ରସିଦ୍ଧ କ୍ରିଷ୍ଣା ଆଜି ଟିମରେ ରହିବା ନେଇ ସୂଚନା ମଳିଛି । ଅନ୍ୟପଟେ ଅଷ୍ଟ୍ରେଲିଆର ଖେଳାଳୀ ସ୍ୱଦେଶ ଫେରିଯାଇଛନ୍ତି । ତେଣୁ ମାଥ୍ୟୁ ୱାଡେଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ କଙ୍ଗାରୁ ଦଳ । ତେବେ ଆଜି ସନ୍ଧ୍ୟା ୭ ଟାରେ ମ୍ୟାଚ ଆରମ୍ଭ ହେବ ।

author

Related Articles

Leave a Reply

Your email address will not be published. Required fields are marked *