ଉଦ୍ଧାରକାର୍ଯ୍ୟର ଡେମୋ ଦେଖାଇଲା ଏନ୍ଡିଆରଏଫ୍ ଟିମ

ଉଦ୍ଧାରକାର୍ଯ୍ୟର ଡେମୋ ଦେଖାଇଲା ଏନ୍ଡିଆରଏଫ୍ ଟିମ

ଟନେଲ ଭିତରେ ଫସିଥିବା ୪୧ ଶ୍ରମିକ ଆଜି ସନ୍ଧ୍ୟା ସୁଦ୍ଧା ଉଦ୍ଧାର ହୋଇପାରନ୍ତି ବୋଲି ଆଶା କରାଯାଉଛି । ଏକ ତିନି ଫୁଟିଆ ପାଇପ୍ ଭିତର ଦେଇ ଜଣ ଜଣ କରି ଶ୍ରମିକଙ୍କୁ ବାହାର କରାଯିବ । ଚକ ଲାଗିଥିବା ଏକ ଷ୍ଟ୍ରେଚର ପ୍ରଥମେ ଭିତରକୁ ଯିବ । ବାହାର ପଟରୁ ଏକ ଶକ୍ତ ଦଉଡି ଏହି ଷ୍ଟ୍ରେଚରରେ ବନ୍ଧା ହୋଇଥିବ । ସେପାଖରୁ ଜଣେ ଶ୍ରମିକ ଷ୍ଟ୍ରେଚର ଉପରେ ଶୋଇ ରହିବେ ଓ ଏପଟେ ବାହାର ପାଖରୁ ଉଦ୍ଧାରକାରୀ ଟିମ୍ ଦଉଡି ମାଧ୍ୟମରେ ଷ୍ଟ୍ରେଚର ସହ ଶ୍ରମିକଙ୍କୁ ଟାଣି ଆଣିବେ । ଏହି ପରି ଜଣଙ୍କ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରତି ଥର ଷ୍ଟ୍ରେଚରକୁ ଭିତରକୁ ପଠାଯିବ । ଆଉ କେମିତି ଏହି ଷ୍ଟ୍ରେଚର ମାଧ୍ୟମରେ ଉଦ୍ଧାର ହେବେ ତାର ଡେମୋ ଦେଖାଇଛି ଏନ୍ଡିଆରଏଫ୍ ଟିମ ।

author

Related Articles

Leave a Reply

Your email address will not be published. Required fields are marked *