ଗୃହର ଶୂନ୍ୟକାଳରେ ନରସିଂହଙ୍କ ପ୍ରଶ୍ନବାଣ

ଗୃହର ଶୂନ୍ୟକାଳରେ ନରସିଂହଙ୍କ ପ୍ରଶ୍ନବାଣ

ଦୁଇ ଦିନ ପରେ ସୁରୁଖୁରୁରେ ଚାଲିଥିଲା ଗୃହ । କିନ୍ତୁ ଶୂନ୍ୟକାଳରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ନେତା ନରସିଂହ ମିଶ୍ର । ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଛନ୍ତି ନରସିଂହ । ପଦ୍ମପୁରକୁ ଜିଲ୍ଲା କରିବା ପ୍ରସଙ୍ଗ ଗୃହରେ ଉଠାଇବା ସହ ନରସିଂହ ମିଶ୍ର କହିଛନ୍ତି, ଜିଲ୍ଲା ଗଠନ ପାଇଁ କ୍ୟାବିନେଟ ସବ କମିଟି ବସିବା କଥା, ହେଲେ ଆଜି ଆଜି ପର୍ଯ୍ୟନ୍ତ ହେଲା ନାହିଁ । ପଦ୍ମପୁର ଜିଲ୍ଲା ଗଠନ ପାଇଁ ପଦ୍ମପୁର ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏଯାଏଁ କୌଣସି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇନାହିଁ । ଏଭଳି କରି ପଦ୍ମପୁରବାସୀଙ୍କ ପ୍ରତି ଅନ୍ୟାୟ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଏହାସହିତ ଝାରସୁଗୁଡା ଉପ-ନିର୍ବାଚନ ସମୟର ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ନରସିଂହ । ଏସବୁ ପରେ ପୁରୀ ଜଗନ୍ନାଥ ମନ୍ଦିରର ଚାରିଦ୍ୱାର ଖୋଲିବାକୁ ନେଇ ପ୍ରଶ୍ନ ଉଠାଇଥିଲେ ନରସିଂହ ।

author

Related Articles

Leave a Reply

Your email address will not be published. Required fields are marked *