ରାୟଗଡାରେ ଗଡ଼ିଲା ଲକ୍ଷ୍ମୀ ବସ

ରାୟଗଡାରେ ଗଡ଼ିଲା ଲକ୍ଷ୍ମୀ ବସ

ରାୟଗଡାରେ ଗଡ଼ିଲା ଲକ୍ଷ୍ମୀ ବସ | ଜିଲ୍ଲାରେ ୧୧ଟି ବ୍ଲକରେ ୫୨ ଟି ଲକ୍ଷ୍ମୀ ବସ ଚଳାଚଳ କରିବ | ସମଗ୍ର ଜିଲାରେ ଲକ୍ଷ୍ମୀ ବସ ସେବା ଆରମ୍ଭ ହୋଇଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଏହାର ଉଦ୍ଘାଟନ କରିଛନ୍ତି | ଓଡ଼ିଶାରେ ଆହୁରି ବ୍ୟାପକ ହୋଇଛି ଲକ୍ଷ୍ମୀ ବସ୍ ସେବା । ଗ୍ରାମାଞ୍ଚଳର ପରିବହନ ସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ବଡ଼ ପଦକ୍ଷେପ ନିଆଯାଇଛି । ଗ୍ରାମାଂଚଳର ସହରାଂଚଳକୁ ସୁନିଶ୍ଚିତ ବସ୍ ସଂଯୋଗ ଲକ୍ଷ୍ୟରେ ଲକ୍ଷ୍ମୀ ଯୋଜନାର ଆରମ୍ଭ କରାଯାଇଛି । ସେହିପରି ମହିଳା, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କୁ ସଶକ୍ତ କରିବା ସହ ପର୍ଯ୍ୟଟନ ଓ ଆଞ୍ଚଳିକ ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଲକ୍ଷ୍ମୀ ବସ୍ ସେବାର ଆରମ୍ଭ କରାଯାଇଛି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏବଂ ସଚିବ ଉଷା ପାଢ଼ୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ |

author

Related Articles

Leave a Reply

Your email address will not be published. Required fields are marked *