ପଦ୍ମ ଗଡରେ ବାଜିବ କି ଶଙ୍ଖ !

ପଦ୍ମ ଗଡରେ ବାଜିବ କି ଶଙ୍ଖ !

24 ସାଧାରଣ ନିର୍ବାଚନ ପାଇଁ ତିନି ରାଜନୈତିକ ଦଳ ଭିତରେ ଲାଗିରହିଛି ଛକାପଞ୍ଝା । କଳାହାଣ୍ଡିର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ଭବାନୀପାଟଣା । ବର୍ତ୍ତମାନ ଏଠାକାର ବିଧାୟକ ଅଛନ୍ତି ବିଜେପିର ପୁରୁଖା ନେତା ପ୍ରଦୀପ୍ତ ନାୟକ । 1995ରୁ 2004 ପର୍ଯ୍ୟନ୍ତ ଲଗାତାର ବିଧାୟକ ହୋଇଥିଲେ ପ୍ରଦୀପ୍ତ । ଏହାପରେ ପୁଣିଥରେ 2019ରେ ନିର୍ବାଚନ ଲଢି ଜିତିଥିଲେ । ଲଗାତାର ନିର୍ବାଚନ ଲଢୁଥିବା ପ୍ରଦୀପ୍ତ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି । ତେବେ ଥରେ ଥରେ ଜିତିଥିବା ବିଜେଡି ଓ କଂଗ୍ରେସ ଆଗାମୀ ନିର୍ବାଚନରେ ଜିତିବା ପାଇଁ ପ୍ରସ୍ତୁତ ହେଲେଣି । ପୂର୍ବଥର ବିଜେଡିରୁ ଦୁଷ୍ମନ୍ତ ନାୟକ ହାରିଥିଲେ । ଆସନ୍ତା ନିର୍ବାଚନରେ ବିଜେଡିରୁ ସେ ପ୍ରାର୍ଥୀ ହୋଇପାରନ୍ତି । ତେବେ ଦେଖିବାକୁ ବାକି ରହିଲା ଆଗାମୀ ନିର୍ବାଚନରେ ପଦ୍ମ ଗଡରେ ବିଜେଡି ତାର ବିଜୟର ଶଙ୍ଖ ଫୁଙ୍କି ପାରୁଛି କି ନାହିଁ ?  

author

Related Articles

Leave a Reply

Your email address will not be published. Required fields are marked *