ଆଜିଠୁ ଆରମ୍ଭ ହେବ ପ୍ରସିଦ୍ଧ ବାଲିଯାତ୍ରା

ଆଜିଠୁ ଆରମ୍ଭ ହେବ ପ୍ରସିଦ୍ଧ ବାଲିଯାତ୍ରା

ଆଜି କାର୍ତ୍ତିକ ପୂର୍ଣ୍ଣିମା । ଏøତିହାସିକ ବାଲିଯାତ୍ରାର ଆଜି ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଚଳଚଞ୍ଚଳ ପୁରା କଟକ ସହର । ଉତ୍କଳୀୟ ପରମ୍ପରାକୁ ବହନ କରୁଥିବା ଏହି ଐତିହାସିକ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରସ୍ତୁତ ହୋଇଛି ସେଲଫି ଜୋନ । କଟକ ଇନ୍ କଟକ ମଧ୍ୟରେ ପ୍ରାୟ ୧୦ଟି ସେଲଫି ଜୋନ ପ୍ରସ୍ତୁତ କରାଯାଇଛି । ଅଣ୍ଡର ୱାଟର ଟନେଲ ଆକ୍ୱାରିଆମର ବି ବ୍ୟବସ୍ଥା ରହିଛି । ସେହିପରି ଭଳି କି ଭଳି ଦୋଳି ମଧ୍ୟ ପ୍ରସ୍ତୁତ ହେଲାଣି । ଏଥିସହ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ କରିବାକୁ ଯୋଜନା କରିଛନ୍ତି ଆୟୋଜକ ।ଭିଡକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ବିଶେଷକରି ଟ୍ରାଫିକ୍ ବ୍ୟବସ୍ଥା ନିୟନ୍ତ୍ରଣ କରିବାକୁ ବିଶେଷ ଯୋଜନା କରିଛି କମିଶନରେଟ୍ ପୋଲିସ । ସପ୍ତାହେରୁ ଅଧିକ ସମୟ ଧରି ଲାଗିବ ମେଳା । ବାଲିଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଁଚିଛି । ବାଲିଯାତ୍ରା ପାଇଁ ଚଳଚଞ୍ଚଳ ହେଲାଣି ବାଲିଯାତ୍ରା ପଡିଆ । ଉକ୍ରଳୀୟ ପରମ୍ପରାକୁ ବହନ କରୁଥିବା ଏହି ଐତିହାସିକ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରସ୍ତୁତ ହୋଇଛି ସେଲଫି ଜୋନ । କଟକ ଇନ୍ କଟକ ମଧ୍ୟରେ ପ୍ରାୟ ୧୦ଟି ସେଲଫି ଜୋନ ପ୍ରସ୍ତୁତ କରାଯାଇଛି । ଅଣ୍ଡର ୱାଟର ଟନେଲ ଆକ୍ୱାରିଆମର ବି ବ୍ୟବସ୍ଥା ରହିଛି । ସେହିପରି ଭଳି କି ଭଳି ଦୋଳି ମଧ୍ୟ ପ୍ରସ୍ତୁତ ହେଲାଣି । ଏଥିସହ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ କରିବାକୁ ଯୋଜନା କରିଛନ୍ତି ଆୟୋଜକ । ଭିଡକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ବିଶେଷକରି ଟ୍ରାଫିକ୍ ବ୍ୟବସ୍ଥା ନିୟନ୍ତ୍ରଣ କରିବାକୁ ବିଶେଷ ଯୋଜନା କରିଛି କମିଶନରେଟ୍ ପୋଲିସ ।

author

Related Articles

Leave a Reply

Your email address will not be published. Required fields are marked *