ସୁଡଙ୍ଗରୁ ଶ୍ରମିକଙ୍କୁ ବାହାର କରାଯିବା ପାଇଁ ହାତରେ ଖୋଳା ଯିବ

ସୁଡଙ୍ଗରୁ ଶ୍ରମିକଙ୍କୁ ବାହାର କରାଯିବା ପାଇଁ ହାତରେ ଖୋଳା ଯିବ

ଦୀର୍ଘ ଦିନ ହେବ ଉତ୍ତରାଖଣ୍ଡର ଉତ୍ତରାକାଶୀରେ ଟନେଲ ଭୁଶୁଡି ଫସି ରହିଥିବା 41 ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ଗୋଟିଏ ପରେ ଗୋଟିଏ ବାଧା ଉପୁଜୁଥିଲା । କିନ୍ତୁ ସେ କ୍ଷେତ୍ରରେ ମିଳିଛି ଏକ ବଡ ସଫଳତା । ଫସି ରହିଥିବା ଆମେରିକୀୟ ଅଗର ମେସିନକୁ କାଟି ବାହାର କରାଯାଇଛି । ଡ୍ରିଲିଂ ମେସିନର ମରାମତି କାର୍ଯ୍ୟ ମଧ୍ୟ ଚାଲିଛି । ଉଦ୍ଧାରକାରୀ ଦଳ ସହ ଜଡ଼ିତ ଅଧିକାରୀମାନେ କହିଛନ୍ତି ଯେ ବର୍ତ୍ତମାନ ଅବଶିଷ୍ଟ କାର୍ଯ୍ୟ ମଧ୍ୟାହ୍ନ ସାଢ଼େ ୧୨ଟାରୁ ଆରମ୍ଭ ହେବ, ଯାହା ପରେ ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକମାନଙ୍କୁ ବାହାର କରାଯାଇପାରିବ ବୋଲି ଆଶା କରାଯାଉଛି। ଏବେ ଉଦ୍ଧାକାରୀ ଦଳ ଫଶିରହିଥିବା ଶ୍ରମିକଙ୍କ ଠାରୁ ମାତ୍ର ୧୦ରୁ ୧୨ ମିଟର ଦୂରତାରେ ଥିବା ଜଣାପଡିଛି । କିନ୍ତୁ ଶୁକ୍ରବାର ଅଗର ମେସିନର ସମ୍ମୁଖ ଭାଗ ଲୁହା ଓ କଂକ୍ରିଟରେ ପିଟି ହୋଇ ଭାଙ୍ଗି ଯାଇଥିବାରୁ ଖନନ କାର୍ୟ୍ୟ ବନ୍ଦ ହୋଇଯାଇଥିଲା।

author

Related Articles

Leave a Reply

Your email address will not be published. Required fields are marked *