୨-୦ରେ ଅଷ୍ଟ୍ରେଳିଆକୁ ମାତ ଦେଇଛି ଭାରତ, ଭାରତର ଲଗାତାର ବିଜୟ

୨-୦ରେ ଅଷ୍ଟ୍ରେଳିଆକୁ ମାତ ଦେଇଛି ଭାରତ, ଭାରତର ଲଗାତାର ବିଜୟ

ଟି-୨୦ରେ କମାଲ ପ୍ରଦର୍ଶନ କରୁଛନ୍ତି ଭାରତୀୟ ଦଳ । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଳିଆକୁ ହରାଇ ଥିବା ବେଳେ ୨ୟ ମ୍ୟାଚରେ ମଧ୍ୟ ଅଷ୍ଟ୍ରେଲିଆକୁ ୪୪ ରନରେ ହରାଇଲା ଟିମ ଇଣ୍ଡିଆ । ଭାରତର ଲଗାତାର ବିଜୟ ପରେ ବିଜୟ ହେଉଛି । ଜୟସ୍ୱାଲ, ଗାଇକ୍ୱାଡ, କିଶାନଙ୍କ ଅର୍ଦ୍ଧଶତକ ପରେ କମାଲ ଦେଖାଇଲେ ରିଙ୍କୁ ସିଂ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨୩୫ ରନ କରିଥିଲା । ଭାରତର ପ୍ରଥମ ତିନି ବ୍ୟାଟର ଅର୍ଦ୍ଧଶତକ ହାସଲ କରିଥିଲେ । ପରେ ଶେଷ ଆଡକୁ ରିଙ୍କୁ ସିଂ ପୁଣି ଜଲୱା ଦେଖାଇଥିଲେ । ମାତ୍ର ୯ ଟି ବଲରୁ ୩୨ ରନ କରି ଅପରାଜିତ ଥିଲେ ରିଙ୍କୁ ସିଂ । ସବୁଠୁ ବଡ଼ କଥା ହେଉଛି ଭାରତର ସବୁ ବ୍ୟାଟର ଅତି କମରେ ଗୋଟିଏ ଲେଖାଏଁ ଛକା ମାରିଥିଲେ । ଅଷ୍ଟ୍ରେଲିଆ ଭଲ ବ୍ୟାଟିଂ କରୁଥିଲେ ମଧ୍ୟ ୱିକେଟ ପଡିଯିବାରୁ ଏତେ ରନ କରିବା କଙ୍ଗାରୁ ଦଳ ପାଇଁ ସମ୍ଭବ ହୋଇନଥିଲା । ଅଷ୍ଟ୍ରେଲିଆ ପକ୍ଷରୁ କୌଣସି ବ୍ୟାଟର ଅର୍ଦ୍ଧଶତକ ପୁରା କରିପାରିନଥିଲେ । ଭାରତ ପକ୍ଷରୁ ପ୍ରସିଦ୍ଧ କୃଷ୍ଣ ଏବଂ ରବି ବିଷ୍ଣୋଇ ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ, ମୁକେଶ କୁମାର, ଅର୍ଶଦୀପ ସିଂ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ତେବେ ୫ ମ୍ୟାଚ ବିଶିଷ୍ଟ ସିରିଜରୁ ଭାରତ ଦୁଇଟିରେ ଜିତିସାରିଛି ।

author

Related Articles

Leave a Reply

Your email address will not be published. Required fields are marked *