ସୁଡଙ୍ଗରୁ ବାହାରିଥିବା ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ସୁଡଙ୍ଗରୁ ବାହାରିଥିବା ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ମଙ୍ଗଳବାର ସନ୍ଧ୍ୟାରେ ସୁରକ୍ଷିତ ଭାବେ 41 ଜଣ ଶ୍ରମିକ ସୁଡଙ୍ଗରୁ ବାହାରକୁ ବାହାରିଛନ୍ତି । ବାହାରକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କ ସହ ଫୋନରେ କଥା ହୋଇଛନ୍ତି । ଟନେଲ ଭିତରେ ଯେତିକି ଦିନ ଫସି ରହିଥିଲେ ସେଠାରେ ତାଙ୍କର ଦିନ କିପରି କଟିଥିଲା ପଚାରି ବୁଝିଥିଲେ । କ’ଣ ଖାଉଥିଲେ, କେମିତି ତାଙ୍କ ଦିନ କଟୁଥିଲା, ସେ ସଂପର୍କରେ ଶ୍ରମିକଙ୍କଠାରୁ ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ଶ୍ରମିକମାନେ ସେମାନଙ୍କ ଅନୁଭୂତି ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ମୋଦୀ କହିଛନ୍ତି, ଶ୍ରମିକଙ୍କ ସାହାସ ଓ ଧର୍ଯ୍ୟ ପ୍ରେରଣାଦାୟକ । ସେଥିପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସମସ୍ତଙ୍କୁ ସଲାମ ଜଣାଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *