ଆସୁଛି ଆଉ ଏକ ବାତ୍ୟା !

ଆସୁଛି ଆଉ ଏକ ବାତ୍ୟା !

ବଙ୍ଗୋପ ସାଗରରେ ବାତ୍ୟା ଭୟ। ଦକ୍ଷିଣ ଆଣ୍ଡାମାନ ସାଗରରରେ ସୃଷ୍ଟ ଲଘୁଚାପ ଆହୁରି ଅଧିକ ଘନୀଭୂତ ହୋଇ ପଶ୍ଚିମ ଓ ଉତ୍ତର – ପଶ୍ଚିମ ଦିଗରେ ଗତି କରୁଛି । ଭାରତୀୟ ପାଣିପାଗ ବିଭାଗର ଆାକଳନ ଅନୁସାରେ ଆଜି ଏହି ଅବପାତ ତୀବ୍ର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ସମୁଦ୍ର ଭିତରେ ଆାସନ୍ତା ଡିସେମ୍ବର ୧ ତାରିଖ ବେଳକୁ ଏହା ଏକ ସାମୁଦ୍ରିକ ଝଡ଼ର ରୂପ ନେବାର ଅନୁମାନ କରାଯାଉଛି । ବାତ୍ୟାରେ ପରିଣତ ହେବା ପରେ ଏହାର ନାମ ‘ମିଗଜାଉଂ’ ରଖାଯିବ । ମିଆାଁମାରର ପ୍ରସ୍ତାବ ଅନୁସାରେ ଏହି ବାତ୍ୟାର ନାମକରଣ ଏପରି କରାଯାଇଛି । IMD GFS ବା ଗ୍ଲୋବାଲ ଫରକାଷ୍ଟିଂ ସିଷ୍ଟମ ଆଉ ପାଦେ ଆଗକୁ ଯାଇ ବାତ୍ୟା ସୃଷ୍ଟି ହେବ ଏବଂ କେଉଁଠି ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ ସେନେଇ ପୂର୍ବାନୁମାନ କରିଛି । ଆକଳନ ଅନୁସାରେ, ଲଘୁଚାପ ଆସନ୍ତା ଡିସେମ୍ବର ୧ରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ। ୪ ତାରିଖ ଯାଏଁ ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ପରେ ଉତ୍ତର ଉତ୍ତର-ପୂର୍ବ ଦିଗକୁ ରିକର୍ଭ କରିବ। ଡିସେମ୍ବର ୫ ତାରିଖ ବେଳକୁ ‘ମିଗଜାଉଂ’ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ଉତ୍ତର ଆାନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି ଜିଏଫଏସ ମଡ଼େଲ ଆାକଳନ କରିଛି । ସେହିପରି ଇସିଏମ ମଡେଲର ଆାକଳନ ଅନୁସାରେ ଏହି ସିଷ୍ଟମ ଡିସେମ୍ବର ୨ ତାରିଖ ବେଳକୁ ବାତ୍ୟାର ରୂପ ନେଇପାରେ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ‘ମିଗଜାଉଂ’ ୬ ତାରିଖରେ ଉତ୍ତର ଆାନ୍ଧ୍ର ପ୍ରେଦଶ ଓ ଦକ୍ଷିଣ ଓଡ଼ିଶା ମୁହାଁ ହେବାର ସମ୍ଭାବନା ରହିଛି । ତେବେ ଏହି ସବୁ ମଡ଼େଲକୁ ତର୍ଜମା କରି ଭାରତୀୟ ପାଣିପାଗ ବିଭାଗ ଆସନ୍ତା ୧ ତାରିଖ ବେଳକୁ ଦକ୍ଷିଣ – ପୂର୍ବ ବଙ୍ଗୋପସାଗରରେ ବାତ୍ୟା ‘ମିଗଜାଉଂ’ ସୃଷ୍ଟି ହେବ ବୋଲି ଆାକଳନ କରିଛି । ତେବେ ଲଘୁଚାପ ଅବପାତରେ ପରିଣତ ହେବା, ଏହାର ଗତି, ଦିଗ ଏବଂ ସମ୍ଭାବ୍ୟ ବାତ୍ୟା ନେଇ ବିଭିନ୍ନ ପାଣିପାଗ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *