ହସ୍ପିଟାଲରେ ଶ୍ରମିକମାନଙ୍କୁ ଭେଟିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ହସ୍ପିଟାଲରେ ଶ୍ରମିକମାନଙ୍କୁ ଭେଟିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ମଙ୍ଗଳବାର ସନ୍ଧ୍ୟାରେ ସୁଡଙ୍ଗରୁ ଉଦ୍ଧାର ହୋଇଛନ୍ତି 41 ଶ୍ରମିକ । ସୁରକ୍ଷିତ ଭାବେ ଉଦ୍ଧାର ହେବା ପରେ ମଧ୍ୟ ହସ୍ପିଟାଲରେ ଶ୍ରମିକ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଛି । ହସ୍ପିଟାଲ ଯାଇ ଶ୍ରମିକଙ୍କୁ ଭେଟିଲେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଭେଟିବା ସମୟରେ ଶ୍ରମିକ ମାନଙ୍କୁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଶ୍ରମିକଙ୍କୁ ଭେଟି ମଧ୍ୟ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ପ୍ରାୟ ଦେଢଘଣ୍ଟାର ଅପରେସନରେ ଜଣକ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ଅପରେସନ ବେଳେ ଝାଡଖଣ୍ଡ ନିବାସୀ ବିଜୟ ହରୋଙ୍କୁ ପ୍ରଥମେ ଉଦ୍ଧାର କରାଯାଇଥିଲା । ଏହା ପରେ ଜଣକ ପରେ ଜଣେ ସମସ୍ତ ୪୧ ଜଣ ଶ୍ରମିକ ଉଦ୍ଧାର ହୋଇଥିଲେ । ଏସଡିଆରଏଫ, ଏନଡିଆରଫ, ବିଆରଓ, ଆଇଟିବିପି, ବାୟୁସେନାଠୁ ଆରମ୍ଭ କରି ପୁଲିସ ପ୍ରଶାସନ ଉଦ୍ଧାର କାମରେ ମୋର୍ଚ୍ଚା ସମ୍ଭାଳିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *