ଭାରତ ସରକାରଙ୍କ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

 ଭାରତ ସରକାରଙ୍କ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗରିବ କଲ୍ୟାଣ ଅର୍ଣ୍ଣ ଯୋଜନାରେ ଗରିବ ଲୋକଙ୍କୁ ମିଳୁଥିବା ମାଗଣା ରାସନ ଆଉ ୫ ବର୍ଷ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନା ୨୦୨୪ ଜାନୁଆରୀ ପହିଲାରୁ ଲାଗୁ ହେବ । ଏହା ବ୍ୟତୀତ ମହିଳାମାନଙ୍କୁ ଡ୍ରୋନ ଉଡାଇବାର ଟ୍ରେନିଂ ଦିଆଯିବ । ଫଳରେ ମହିଳା ଚାଷୀମାନେ ଡ୍ରୋନ ସହାୟତାରେ ଜମିରେ ସାର ଓ ବିଷ ପକାଇପାରିବେ । ଟ୍ରେନିଂ ସରିବା ପରେ ଡ୍ରୋନ ଉଡାଉଥିବା ମହିଳାମାନଙ୍କୁ ମାସିକ ୧୫ ହଜାର ଓ ସହଯୋଗୀଙ୍କୁ ମାସିକ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ । ଏହି ଯୋଜନା ୨୦୨୬ ପର୍ଯ୍ୟନ୍ତ ଜାରି ରହିବ ।

author

Related Articles

Leave a Reply

Your email address will not be published. Required fields are marked *