ଡିସେମ୍ବର ୨ରେ ବାତ୍ୟା ସମ୍ଭାବନା, ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଶଙ୍କା !

ଡିସେମ୍ବର ୨ରେ ବାତ୍ୟା ସମ୍ଭାବନା, ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଶଙ୍କା !

ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ଏବେ ଅବପାତର ରୂପ ନେଉଛି । ଆଗକୁ ଡିସେମ୍ବର ୨ରେ ବାତ୍ୟା ଆଶଙ୍କା ରହିଛି । ସାମ୍ଭାବ୍ୟ ବାତ୍ୟା କେଉଁ ଦିଗକୁ ଗତି କରିବ ଏନେଇ କୌଣସି ଆକଳନ ହୋଇନଥିବା ବେଳେ ବାତ୍ୟାର ଗତିପଥ ମଦ୍‌ୟ କେଉଁ ଆଡକୁ ରହିବ ତାହା ଆକଳନ ହୋଇନି । ସାମ୍ଭାବ୍ୟ ବାତ୍ୟାର ପ୍ରଭାବ ଯୋଗୁ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଶଙ୍କା ରହିଛି । ସାମ୍ଭାବ୍ୟ ବାତ୍ୟାକୁ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ଭିଭାଗ ଏନେଇ ସର୍ତକ ସୂଚନା ଜାରି କରିଛି । ତେବେ ଏହି ସାମ୍ଭାବ୍ୟ ବାତ୍ୟା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବୋଲି ସ୍ପଷ୍ଟ ସୂଚନା ମିଳିଛି । ଏହା ଅଧିକ ଘନୀଭୂତ ହୋଇ ଆଜି ଅବପାତର ରୂପ ନେଉଛି । ଦୁଇ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରର ଆଖପାଖ ଅଞ୍ଚଳରେ ବାତ୍ୟାର ରୂପ ନେଇପାରେ । ତେବେ ବାତ୍ୟାର ଗତିପଥ ନେଇ ଏପର‌୍ୟ୍ୟନ୍ତ ବିସ୍ତୃତ ତଥ୍ୟ ମିଳିନାହିଁ । ଏପରିକି ତୀବ୍ରତା ନେଇ ମଧ୍ୟ କୌଣସି ତଥ୍ୟ ଜଣାପଡିନାହିଁ । ଲଘୁଚାପ କ୍ଷେତ୍ରର ଗତିବିଧି ଉପରେ ମଧ୍ୟ ଆଇଏମଡି ସତର୍କ ନଜର ରଖିଛି । ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ଭାବରେ ପଡି ନପାରେ ବୋଲି ଅନୁମାନ କରାଯାଉଛି । କିନ୍ତୁ ଓଡିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ । ତେଣୁ ୧ତାରିଖରୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳର ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି । ବାତ୍ୟାର ପ୍ରଭାବ ପଡିବନି ବୋଲି କୁହାଯାଉଥିଲେ ବି ୭ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ଚିଠିରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସଜାଗ ରହିବାକୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧ ଓ ଗଞ୍ଜାମ ଜିଲ୍ଲାପାଳନଙ୍କୁ ନର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଭୟଭୀତ ନହୋଇ କଟା ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି କୃଷି ସଚିବ ଅରବିନ୍ଦ ପାଢ଼ୀ । ସତର୍କ ସୂଚନା ଆସିବା ପରେ ଆଡଭାଇରଜରୀ ଜାରି କରାଯିବ ବୋଲି କୃଷି ସଚିବ କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *