ଓଡିଶା ପାଇଁ ଗର୍ବ ଆଣିଲେ ମନୀଷା ପାଢ଼ୀ

ଓଡିଶା ପାଇଁ ଗର୍ବ ଆଣିଲେ ମନୀଷା ପାଢ଼ୀ

ଓଡିଶାରୁ ଆସିଥିବା ଓଡ଼ିଆ ଝିଅ ଭାରତୀୟ ବାୟୁସେନା ଅଧିକାରୀ ମନୀଷା ପାଢ଼ୀ ହୋଇଛନ୍ତି ଦେଶର ପ୍ରଥମ ADC । ମିଜୋରାମ ରାଜ୍ୟପାଳ ହରିବାବୁ କ୍ୟାମ୍ବ୍ମପତି ତାଙ୍କୁ ADC ଭାବେ ନିଯୁକ୍ତି ଦେଇଛନ୍ତି । ସ୍କ୍ୱାର୍ଡନ ଲିଡର ମନୀଷା ହେଉଛନ୍ତି ୨୦୧୫ ବ୍ୟାଚର ବାୟୁସେନା ଅଧିକାରୀ । ସେ ଏହି ପଦବୀରେ ନିଯୁକ୍ତ ହୋଇଥିବା ଦେଶର ପ୍ରଥମ ମହିଳା । ଏହି ନିଯୁକ୍ତି ଏକ ମାଇଲ ଖୁଣ୍ଟ ନୁହେ ବରଂ ଲିଙ୍ଗଗତ ନିୟମ ଭାଙ୍ଗିବା ଏବଂ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଶକ୍ତିର ପ୍ରମାଣ ଓ ମହିଳା ସଶକ୍ତୀକରଣ ଉପରେ ବଡ଼ ଉପଲବ୍ଧି ବୋଲି କହିଛନ୍ତି ରାଜ୍ୟପାଳ । ସ୍କ୍ୱାର୍ଡନ ଲିଡର ମନୀଷା ପାଢୀ ଏହା ପୂର୍ବରୁ ବିଦାର, ପୁନେ ଓ ଭଟିଣ୍ଡା ଭଳି ଗୁରୁତ୍ୱପୂର୍ଣ୍ଣ ଏୟାରଫୋର୍ସ ଷ୍ଟେସନରେ ନିଯୁକ୍ତ ଥିଲେ । ଗତକାଲି ମନୀଷା ନିଜ ପଦବୀରେ ଯୋଗଦେଇଛନ୍ତି । କାର୍ଯ୍ୟରେ ଯୋଗଦେବା ପରେ ମିଜୋରାମ ରାଜଭବନର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହ ପରିଚୟ କରାଯାଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *