ଉଦଘାଟନ ହେଲା ରାଜ୍ୟର ପ୍ରଥମ ମିଶନ ଶକ୍ତି ମହିଳା ପ୍ରେକ୍ଷାଳୟ

ଉଦଘାଟନ ହେଲା ରାଜ୍ୟର ପ୍ରଥମ ମିଶନ ଶକ୍ତି ମହିଳା ପ୍ରେକ୍ଷାଳୟ

ଉଦଘାଟନ ହୋଇଯାଇଛି ରାଜ୍ୟର ପ୍ରଥମ ମିଶନ ଶକ୍ତି ମହିଳା ପ୍ରେକ୍ଷାଳୟ । ଯାଜପୁର ମିଶନ ଶକ୍ତି ମହାସଂଘ ପକ୍ଷରୁ ଯାଜପୁର ଟାଉନ ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନରେ ରାଜ୍ୟର ପ୍ରଥମ ମିଶନ ଶକ୍ତି ମହିଳା ସିନେମା ପ୍ରେକ୍ଷାଳୟ ଉଦଘାଟନ ହୋଇଛି । ଏଠାରେ ଟିକେଟ କାଉଣ୍ଟର ଠାରୁ ଆରମ୍ଭ କରି ପୁରା ପରିଚାଳନା ମହିଳାମାନଙ୍କ ଦ୍ୱାରା କରାଯିବ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଲିଉଡ୍ ସିନେ ଅଭିନେତା ଅରିନ୍ଦମ୍ ରାୟ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଯାଜପୁର ମିଶନ ଶକ୍ତି ମହାସଂଘ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଏଭଳି ପଦକ୍ଷେପ ମହିଳା ମାନଙ୍କୁ ଆହୁରି ସଶକ୍ତ କରାଇବ ।

author

Related Articles

Leave a Reply

Your email address will not be published. Required fields are marked *