ଇ-ମେଲରେ ୧୫ଟି ସ୍କୁଲକୁ ବୋମା ଧମକ

ଇ-ମେଲରେ ୧୫ଟି ସ୍କୁଲକୁ ବୋମା ଧମକ

ବେଙ୍ଗାଲୁରୁର ୧୫ ଟି ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଥିବା ଖବର ସବୁଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଛିା ସ୍କୁଲ କର୍ତ୍ତୃପକ୍ଷଙ୍କୁ ଧମକପୂର୍ଣ୍ଣ ଇ-ମେଲ ମିଳିବା ପରେ ସ୍କୁଲ ପରିସରରେ ଭୟର ବାତାବରଣ ଖେଳି ଯାଇଛି । ସ୍କୁଲରେ ବିସ୍ଫୋରକ ସାମଗ୍ରୀ ରଖାଯାଇଛି ଓ କୌଣସି ମୁହୂର୍ତ୍ତରେ ଏହା ବିସ୍ଫୋରଣ ହୋଇପାରେ ବୋଲି ଇ-ମେଲ୍‌ରେ ସୂଚନା ମିଳିଥିଲା । ଏଭଳି ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ବେଙ୍ଗାଲୁରୁ ପୋଲିସ୍ ସମେତ ଅନ୍ୟ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏବଂ ତୁରନ୍ତ ସ୍କୁଲକୁ ଖାଲି କରାଯାଇ ଛାତ୍ରଛାତ୍ରୀ ଓ ଷ୍ଟାଫଙ୍କୁ ବାହାରକୁ ଅଣାଯାଇଥିଲା ।

ବହୁ୍ ଛାନଭିନ୍ ପରେ ମଧ୍ୟ ସ୍କୁଲ ପରିସରରୁ ସେଭଳି କିଛି ସନ୍ଦିଗ୍ଧ ଜିନିଷ ମିଳିନଥିଲା । ପରେ ଏହା ଗୁଜବ ବୋଲି ଜଣାପଡିଥିଲା । ପୋଲିସ୍ ସୂଚନା ଅନୁସାରେ, ବର୍ତ୍ତମାନ ଯାଏ ଏହା ଏକ ଗୁଜବ ବୋଲି ଜଣାପଡିଛି । କାରଣ ଇ-ମେଲ୍‌ରେ ଦର୍ଶାଯାଇଥିବା ଭଳି କିଛି ବି ସନ୍ଦିଗ୍ଧ ଜିନିଷ ମିଳିନି । ଗତବର୍ଷ ମଧ୍ୟ କିଛି ଦୁର୍ବୃତ୍ତ ଏଭଳି ସମାନ ଧମକପୂର୍ଣ୍ଣ ଇ-ମେଲ୍ ସହରର ବିଭିନ୍ନ ସ୍କୁଲକୁ ପଠାଇଥିଲେ ବୋଲି ସୂଚନା ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *