ବାଲିଯାତ୍ରାରେ ଜମୁଛି ପାରମ୍ପରିକ ପିଠାର ଆସରା;ମିଳୁଛି ୧୪୨ ପ୍ରକାରର ପିଠା

ବାଲିଯାତ୍ରାରେ ଜମୁଛି ପାରମ୍ପରିକ ପିଠାର ଆସରା;ମିଳୁଛି ୧୪୨ ପ୍ରକାରର ପିଠା


ଜମୁଛି କଟକର ଐତିହାସିକ ମେଳା । ଦିନ ଗଡିବା ସହ ଜମୁଛି ଲୋକଙ୍କ ଭିଡ। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ କିଛି ନୂଆ କରିବାକୁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି । ସବୁ ବର୍ଷ ପରି ଏବର୍ଷ ମଧ୍ୟ ବାଲିଯାତ୍ରାରେ ଓଡ଼ିଶାର ଭଳିକି ଭଳି ପାରମ୍ପରିକ ପିଠାର ଆସରା ଦେଖିବାକୁ ମିଳିଛି । ଆଉ ଏସବୁ ପିଠାକୁ ପ୍ରସ୍ତୁତ କରୁଛନ୍ତି ମିଶନ ଶକ୍ତିର ମହିଳାମାନେ । କଟକରେ ଥିବା ମା ମହାଲକ୍ଷ୍ମୀ ମହିଳା ମିଶନ ଶକ୍ତିର ପ୍ରାୟ ୯୦ ଜଣ ମହିଳା ଓଡିଆଣୀ ଘରର ପାରମ୍ପରିକ ପିଠା କାକରା ଠାରୁ ଆରମ୍ଭ କରି ଆରିସା, ମଣ୍ଡା, ଚକୁଳି ଭଳି ୧୪୨ ପ୍ରକାରର ପିଠା ବିକ୍ରି କରୁଛନ୍ତି । ଯାହାର ମଜା ଉଠାଉଛନ୍ତି ବୁଲିବାକୁ ଆସୁଥିବା ଲକ୍ଷାଧିକ ଲୋକେ । ଏହାସହ ପ୍ରଥମଥର ପାଇଁ ଏହି ମେଳାରେ ତିଆରି ହୋଇଛି ଅଣ୍ଡର ୱାଟର ଟନେଲ୍ ଆକ୍ୱାରିୟମ । ଯେଉଁଠି ଦର୍ଶକମାନେ ସମୁଦ୍ର ଭିତରେ ଚାଲିଚାଲି ଯିବା ସହ ଅସଂଖ୍ୟ ମାଛ ମଧ୍ୟ ଦେଖିପାରିବେ । ଟନେଲ ଭିତରେ ଯୁଆଡେ ବି ଆଖି ବୁଲାଇଲେ କଳା, ଧଳା, ନାଲି , ହଳଦିଆ ରଙ୍ଗର ମାଛ ସାଙ୍ଗକୁ ଛୋଟ ଛୋଟ ସାର୍କ ଏବଂ ଜେଲି ଫିସ୍ ମଧ୍ୟ ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ, ଗାଁ ପରିବେଶ ସହ ପୋଖରୀ,ମନ୍ଦିର, ଗାଈ ଗୁହାଳ, ଚାଷବାସ ସବୁକିଛିର ଝଲକ ଦେଖିବାକୁ ମିଳୁଛି । ଯାହା ଦର୍ଶକମାନଙ୍କୁ ବେଶ୍ ଆତ୍କୃଷ୍ଟ କରୁଛି ।

author

Related Articles

Leave a Reply

Your email address will not be published. Required fields are marked *