ଆଉ ନାହାନ୍ତି ରାଜ୍ୟର ସଙ୍ଗୀତ ଗୁରୁ ଶାରଦା ପ୍ରସନ୍ନ ସାହୁ

ଆଉ ନାହାନ୍ତି ରାଜ୍ୟର ସଙ୍ଗୀତ ଗୁରୁ ଶାରଦା ପ୍ରସନ୍ନ ସାହୁ

ରାଜ୍ୟର ସୁପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ , କଣ୍ଠଶିଳ୍ପୀ , କି ବୋର୍ଡ ବାଦକ ଓ ସଙ୍ଗୀତ ଗୁରୁ ଶାରଦା ପ୍ରସନ୍ନ ସାହୁଙ୍କ ପରଲୋକ। ସେ କିଛି ଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା। ସେ ଅନେକ ଗୀତରେ କଣ୍ଠଦାନ କରିବା ସହ , “ହେ ଗୁରୁ ତୁମେ ମଙ୍ଗଳମୟ , ସାଇ ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ , ତୋ ଡୋରି ଲଗେଇ ଦେ, ମା ମା ଭଳି ଅନେକ ସୁପରହିଟ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ବିୟୋଗ ସଙ୍ଗୀତ ଜଗତରେ ଏକ ଅପୁରାଣୀୟ କ୍ଷତି ସୃଷ୍ଟି କରିଛି। ଶାରଦା ଅନେକ କଣ୍ଠଶିଳ୍ପୀଙ୍କୁ ଶିକ୍ଷା ଦାନ କରିଛନ୍ତି। ଶାରଦାଙ୍କ ନିକଟରୁ ସଙ୍ଗୀତରେ ଶିକ୍ଷାଦାନ କରି , ବହୁ କଣ୍ଠଶିଳ୍ପୀ ବଡ଼ ବଡ଼ ମଞ୍ଚରେ ଯେମିତିକି ଇଣ୍ଡିଆନ ଆଇଡଲ , ସାରେଗାମାପା ଭଳି ବିଭିନ୍ନ ମଞ୍ଚରେ ସଫଳତା ହାସଲ କରିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *