କିଏ ମାରିବ ବାଜି ? ୪ ରାଜ୍ୟରେ ଚାଲିଛି ଭୋଟ ଗଣତି

କିଏ ମାରିବ ବାଜି ? ୪ ରାଜ୍ୟରେ ଚାଲିଛି ଭୋଟ ଗଣତି

ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ଆସିବ ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ । ମଧ୍ୟପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ ଏବଂ ଛତିଶଗଡରେ ଆଜି ପ୍ରକାଶ ପାଇବ ଫଳାଫଳ । ସକାଳ ୧୦ଟା ସୁଦ୍ଧା ୨ଟି ରାଜ୍ୟରେ ବିଜେପି ଆଗୁଆ ରହିଥିବା ବେଳେ ୨ଟି ରାଜ୍ୟରେ କଂଗ୍ରେସ ଆଗୁଆ ରହିଛିା ମଧ୍ୟପ୍ରଦେଶରେ ୨୩୦ଟି ଆସନରୁ ୧୩୭ଟି ଆସନ ଗ୍ରହଣ କରି ଆଗୁଆ ରହିଥିବା ବେଳେ କଂଗ୍ରେସ ୯୪ ଓ ଅନ୍ୟାନ୍ୟ ଦଳ ୫ଟି ସିଟ୍ରେ ଆଗୁଆ ରହିଛନ୍ତି । ସେହିଭଳି ରାଜସ୍ଥାନରେ ସକାଳ ୧୦ଟା ସୁଦ୍ଧା ବିଜେପି ୧୦୨ ସିଟ୍ ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୮୧ ସିଟରେ ଆଗୁଆ ରହିଛି । ଅନ୍ୟାନ୍ୟ ଦଳ ୧୬ ସିଟ୍ରେ ଆଗୁଆ ରହିଛନ୍ତି । ସେହିଭଳି ତେଲେଙ୍ଗାନାରେ ବିଜେପି ୭ଟି ସିଟ୍ ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୬୪ ସିଟରେ ଆଗୁଆ ରହିଛି । ବିଆରଏସ୍ ୪୧ ସିଟ୍ରେ ଆଗୁଆ ରହିଛି । ଅନ୍ୟପଟେ ଛତିଶଗଡ଼ରେ ବିଜେପି ୩୫ ସିଟ୍ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୫୩ ସିଟ୍ରେ ଆଗୁଆ ରହିଛି । ତେବେ ପୂର୍ବରୁ ବିଭିନ୍ନ ସଂସ୍ଥା ମାନଙ୍କର ଏକଜିଟ୍ ପୋଲ୍ ରିପୋର୍ଟ ଅନୁସାରେ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି କ୍ଷମତା ହାସଲ କରିବାର ପୂର୍ବାନୁମାନ କରାଯାଇଥିଛି । ଛତିଶଗଡ଼ ଓ ତେଲେଙ୍ଗାନାରେ କଂଗ୍ରେସ ଜିତିପାରେ ବୋଲି କୁହାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *